ମୋଦି ସରକାରଙ୍କୁ ପ୍ରଶ୍ନ କଲେ ଜୟରାମ ରମେଶ


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଉ ୧୦ ଦିନ ପରେ ଦେଶରେ ସାବାଳଙ୍କର ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଟିକାର ଦାମ ସ୍ଥିର କରିଛି । ଯହାକୁ ନେଇ ଚର୍ଚା ଜୋର ଧରିଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍ କରି ଲେଖିଛନ୍ତି – ସେରମ ଇନଷ୍ଟିଚ୍ୟୁଟ୍ ରାଜ୍ୟକୁ ଗୋଟିଏ ଦାମରେ ଓ କେନ୍ଦ୍ରକୁ ଭିନ୍ନ ଦରରେ ଭ୍ୟାକ୍ସିନ୍ ଦେବ । ଯାହାକି ଭୁଲ୍ ।

ଜୟରାମ ଲେଖିଛନ୍ତି – କେନ୍ଦ୍ରସରକାରଙ୍କୁ କୋଭିସିଲ୍ଡ ଡୋଜ୍ ପ୍ରତି୧୫୦ ଟଙ୍କା ହିସାବରେ ମିଳିବ । କିନ୍ତୁ ରାଜ୍ୟ ସରକାର ଡୋଜ୍ ପିଛା ୪୦୦ ଟଙ୍କା ହେବ । ଏହା ସଂଘୀୟ ସରକାର ଲାଗି ଠିକ୍ ନୁହେଁ । ଏହା ଦ୍ୟାରା ରାଜ୍ୟ ଉପରେ ଅତିରିକ୍ତ ବୋଝ ପଡିବ । ଯାହା ସମ୍ପୁର୍ଣ୍ଣ ଭାବେ ଭୁଲ୍‌। ଆମେ ଦାବି କରୁଛୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ମୁଲ୍ୟ ନିର୍ଦ୍ଧାରଣ କରାଯାଉ ।
ସୁଚନାଯୋଗ୍ୟ, ପୁଣେ ସ୍ଥିତ ବିଶ୍ୱର ସବୁଠାରୁ ବଡ ଟିକା ନିର୍ମାତା ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ (ଆଷ୍ଟ୍ରଜେନିକା) ଟିକା ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କା ଓ ଘରୋଇ ଡାକ୍ତର ଖାନାମାନଙ୍କୁ ୬୦୦ ଟଙ୍କା ମୂଲ୍ୟରେ ମିଳିପାରିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ସମ୍ପ୍ରତି କେନ୍ଦ୍ରସରକାର ଏହି ଟିକାକୁ ୧୫୦ ଟଙ୍କା ଦରରେ ମିଳିବ । ଏହାକୁ ନେଇ ରାହୁଲ ଗାନ୍ଧୀ ମଧ୍ୟ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ।

Related Posts