ସଂକ୍ରମଣରେ ମୃତ୍ୟୁ କରିଥିବା ବ୍ୟକ୍ତିଙ୍କ ପାଇଁ ଇସଲାମୀୟ ରୀତିନୀତି ଅନୁଯାୟୀ ସମାଧି ଦେବା ଆବଶ୍ୟକ: କେରଳ ମୁସଲମାନ ସଙ୍ଗଠନ

kerla

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିସ୍ଥିତିରେ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଇସଲାମୀୟ ରୀତିନିତି ଅନୁଯାୟୀ ସମାଧି ଦେବାକୁ ଦାବି କରାଯାଇଛି । ତେବେ ଏହାକୁ କେରଳର ସୁନ୍ନି ମୁସଲିମ ତଥା ଧର୍ମଗୁରୁଙ୍କ ବୃହତ୍ତମ ସଂସ୍ଥା ଦାବି କରିଥିବାର ସୂଚନା ମିଳିଛି । ଏନେଇ ସୟିଦ ମହମ୍ମଦ ଜିଫ୍ରି, ମୁଥୁକୋୟା ଥାଙ୍ଗଲ ଏବଂ ସାମଷ୍ଟା କେରଳର ସଭାପତି ତଥା ସଚିବ କେ ଅଲି କୁଟି ମୁସାଲିୟର କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ଭାଇଜାନ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶିଲାଜାଙ୍କୁ ସମାଧି ପାଇଁ ଅନୁମତି ଦେବାକୁ କହିଛନ୍ତି । ଏପରି ଦାବି କରି ଶେଷ ରୀତିନୀତି ପାଇଁ ପ୍ରୋଟୋକଲ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ନିର୍ଦେଶ ବିରୁଦ୍ଧରେ ବାହାରିଛନ୍ତି । ଏହି ପ୍ରସଙ୍ଗରେ ସରକାରଙ୍କ ହସ୍ତକ୍ଷେପ ମାଗି ଏହି ସ୍ମାରକପତ୍ରରେ ଦର୍ଶାଯାଇଛି, ପଶୁମାନଙ୍କ ପରି ପ୍ରତ୍ୟେକ ଭିନ୍ନ ଭିନ୍ନ ଧର୍ମର ବ୍ୟକ୍ତିଙ୍କୁ କୌଣସି ରୀତିନିତି ପାଳନ ନ କରାଯାଇ ସାମଧି ଦେବା ଉଚିତ ନୁହେଁ । କିଛି ଲୋକମାନେ ସଂକ୍ରମଣ ହୋଇ ମୃତ୍ୟୁବରଣ କରୁଛନ୍ତି । ମୃତକଙ୍କ ମଧ୍ୟରୁ ଅନେକ ଲୋକ ଚିକିତ୍ସାରେ ଅବହେଳା, ଟଙ୍କା ଅଭାବ, ଯତ୍ନ ନେବାକୁ ଆଖପାଖରେ କେହି ନଥିବା କାରଣରୁ ମୃତ୍ୟୁବରଣ କରିଥାନ୍ତି । ଏପରିସ୍ଥିତିରେ ଏକ ସୁନ୍ଦର ସମାଧି ପ୍ରତ୍ୟେକ ମଣିଷର ଅଧିକାର ଏବଂ ସମସ୍ତ ଧର୍ମର ନିଜସ୍ୱ ଅନ୍ତିମ ସଂସ୍କାରର ରୀତିନୀତି ରହିଛି ଓ ଏହାକୁ ପାଳନ କରି ଶେଷକୃତ୍ୟ କରିବା ଆବଶ୍ୟକ ବୋଲି ସ୍ମାରକପତ୍ରରେ କୁହାଯାଇଛି ।

Related Posts