କୌଣସି ଖରାପ ଜିନିଷକୁ ପ୍ରୋତ୍ସାହନ କରିବେନି କହି କୋଟି କୋଟି ଟଙ୍କାର ବିଜ୍ଞାପନକୁ ମନା କରିଦେଲେ କେଜିଏଫ୍ -୨ ମେଗାଷ୍ଟାର ୟଶ

ନୂଆଦିଲ୍ଳୀ : ଚର୍ଚାରେ କେଜିଏଫ୍ -୨ ମେଗାଷ୍ଟାର ୟଶ | ଅଜୟ ଦେବଗନ, ଶାହାରୁଖ ଖାନ ଏବଂ ଅକ୍ଷୟ କୁମାରଙ୍କ ପରି ତାଙ୍କ ପାଖକୁ ଏକ ପାନ ମସଲାର ବିଜ୍ଞାପନ ଆସିଥିବା ବେଳେ, ସେ ସେହି ବିଜ୍ଞାପନ କୁ ମନା କରି ଦେଇଛନ୍ତି | ସେ କୌଣସି ଖରାପ ଜିନିଷକୁ ପ୍ରୋତ୍ସାହନ କରିବେନି ବୋଲି ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି |

ମିଡିଆ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ କେଜିଏଫ ଷ୍ଟାର ୟଶ ମଧ୍ୟ ଏହି ବିଜ୍ଞାପନ ପାଇଁ ଅଫର ଦିଆଯାଇଥିଲା । ପରେ ୟଶ ଏହି ପାନ ମସଲାର କୋଟିଏ ଟଙ୍କାର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୟଶଙ୍କ ଏହି ସବୁକୁ ସମ୍ଭାଳୁଥିବା ଏଜେନ୍ସି ଏହି ବିଷୟରେ ସୂଚନା ଦେଇଛନ୍ତି। ଅର୍ଜୁନ୍‌ ବାନାର୍ଜି ଏକ ବିବୃତ୍ତି ଜାରୀ କରି କହିଛନ୍ତି କି ଏହି ଦ୍ରବ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଅତ୍ୟନ୍ତ କ୍ଷତିକାରକ ପ୍ରଭାବ ପକାଇଥାଏ। ସେଥି ପାଇଁ ସେ ଏପରି ବିଜ୍ଞାପନ କରନ୍ତି ନାହିଁ। ତାଙ୍କୁ ଅନେକ ଯୁବପିଢି ସହ ତାଙ୍କ ପ୍ୟାନ୍ସମାନେ ମଧ୍ୟ ଫଲୋ କରୁଛନ୍ତି। ଏହା କରିବା ଦ୍ବାରା ତାଙ୍କ ଉପରେ ଖରାପ ପ୍ରଭାବ ପକାଇବା । ଏହି ସବୁକୁ ନଜରରେ ରଖି ବୋଲି ଏପରି ବିଜ୍ଞାପନ ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ତେବେ ନିକଟରେ ଏପରି କେ ଵିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ ହୋଇଥିଲେ ଅଜୟ ଦେବଗନ, ଶାହାରୁଖ ଖାନ ଏବଂ ଅକ୍ଷୟ କୁମାର | ଯାହା ଫଳରେ ଅକ୍ଷୟ କୁମାର ବିଜ୍ଞାପନ ତଥା ପାନ ମସଲାର ଘଟଣା ପରେ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା ମାଗିଥିଲେ।

କିନ୍ତୁ ନିକଟରେ ସାଉଥ ସୁପରଷ୍ଟାର ଅଲ୍ଲୁଙ୍କ ବି ଏପରି ବିଜ୍ଞାପନ ପାଇଁ ମନା କରିଥିଲେ । ବର୍ତ୍ତମାନ ଖବର ଆସିଛି ଯେ ଏକ ପାନ୍ ମସଲା ବ୍ରାଣ୍ଡ ପାଇଁ କେଜିଏଫ୍ -୨ ମେଗାଷ୍ଟାର ୟଶଙ୍କ ନିକଟକୁ ଅଫର ଆସିଛି। ହେଲେ ଏହି ବିଜ୍ଞାପନକୁ ନେଇ ୟଶ ବଡ ନିଷ୍ପତ୍ତି ନେଇଛନ୍ତି। ସିଧା ସିଧା ଏପରି ବିଜ୍ଞାପନ ନକରିବା ନେଇ ନିଷ୍ପତି ନେଇଛନ୍ତି |

Related Posts