ଜେଲରୁ ମୁକ୍ତ ହେବେ କୋଚର ଦମ୍ପତ୍ତି; ଗିରଫଦାରୀକୁ ବେଆଇନ କହିଲେ ବମ୍ବେ ହାଇକୋର୍ଟ

ଭୁବନେଶ୍ଵର,୯/୧(ସତ୍ୟପାଠ ବ୍ୟୁରୋ): ଜେଲରୁ ମୁକ୍ତ ହେବେ କୋଚର ଦମ୍ପତ୍ତି। ଆଇସିସିଆଇ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କ ଗିରଫଦାରୀକୁ ବେଆଇନ କହିଛନ୍ତି ବମ୍ବେ ହାଇକୋର୍ଟ। ଦୁର୍ନୀତି ନିବାରଣ ଆକ୍ଟ ଅନୁସାରେ ଉଭୟଙ୍କ ଗିରଫଦାରି ବେଆଇନ ବୋଲି କୋଚର ଦମ୍ପତି ହାଇକୋର୍ଟରେ ଯୁକ୍ତି ବାଢିଛନ୍ତି । କାରଣ ଧାରା ୧୭୪ ଅନୁଯାୟୀ ଯେକୌଣସି ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଆଇନଗତ ମଞ୍ଜୁରୀ ଆବଶ୍ୟକ । କିନ୍ତୁ ସିବିଆଇକୁ ତଦନ୍ତ ପାଇଁ କୌଣସି ମଞ୍ଜୁରୀ ମିଳି ନାହିଁ। ତେଣୁ ଗିରଫ ବେଆଇନ ବୋଲି ଦର୍ଶାଇବା ପରେ ବମ୍ବେ ହାଇକୋର୍ଟ ଏହା ଉପରେ ବିଚାର କରି ସହମତି ପ୍ରକାଶ କରିଛନ୍ତି । ଏହି ଗିରଫଦାରୀ ବେଆଇନ ବୋଲି କହିଛନ୍ତି ହାଇକୋର୍ଟ। ତେଣୁ ଉଭୟ ଜେଲରୁ ମୁକୁଳିବା ବାଟ ଫିଟିଛି ।

ସୂଚନା ଅନୁଯାୟୀ, ଆଇସିସିଆଇ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ୨୩ ଡିସେମ୍ବର ଦିନ ସିବିଆଇ ଗିରଫ କରିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଥିବା ବେଳେ ମାର୍ଚ୍ଚ ୨୦୧୮ ରେ ଭିଡିଓକୋନ ଗ୍ରୁପ୍‌କୁ ୩ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲୋନ୍ ପ୍ରଦାନରେ ଅନିୟମିତତା କରିଥିବା ନେଇ ଅଭିଯୋଗ ହେବ ପରେ ଏହାର ତଦନ୍ତ ଭାର ସିବିଆଇ ନେଇଥିଲା I ଏହି ମାମଲାର ତଦନ୍ତ ଚାଲିଥିବାବେଳେ ଚନ୍ଦା କୋଚର ଅକ୍ଟୋବର ୨୦୧୮ରେ ଆଇସିଆଇସିଆଇ ବ୍ୟାଙ୍କ ଏମ୍‌ଡି ଏବଂ ସିଇଓ ପଦ ଛାଡ଼ି ଥିଲେ।

ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଭିଡିଓକନ ଗୃପକୁ ଋଣ ଦେଣନେଣରେ ତାଙ୍କ ପଦବିର ଦୁରୁପଯୋଗ କରିଥିବା ଯୋଗୁ ଚନ୍ଦାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇ ଥିଲା । ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ୍ ଗ୍ରୁପକୁ ୩୨୫୦ କୋଟି ଟଙ୍କା ଋଣ ଦେଇଥିଲା । କିନ୍ତୁ ଭିଡିଓକନ ଗ୍ରୁପ ଉକ୍ତ ଋଣର ପ୍ରାୟ ୮୬ ପ୍ରତିଶତ ଅର୍ଥାତ ୨୮୧୦ କୋଟି ଟଙ୍କା ପରିଶୋଧ କରିନଥିଲା, ଯାହାକି ଏନପିଏରେ ରହିଛି । କିନ୍ତୁ ଭିଡିଓକନ ଗୃପର ଚେୟାରମ୍ୟାନ ବେଣୁଗୋପାଳ ଧୁତ ଓ ଚନ୍ଦାଙ୍କ ସ୍ୱାମୀ ଦୀପକ କୋଚରଙ୍କ ମଧ୍ୟରେ ବ୍ୟାବସାୟିକ ସମ୍ପର୍କ ରହିଛି । ପରମୁହୂର୍ତ୍ତରେ ଭିଡିଓକନ ଗୃପ ନିଜ ନାମ ପରିବର୍ତନ କରି ପିନାକଲ ଏନର୍ଜି ଟ୍ରଷ୍ଟ ନାମ ରଖିଥିଲା, ଯାହାକୁ ଚନ୍ଦାଙ୍କ ସ୍ୱାମୀ ଦୀପକ ଚଲାଉଥିଲେ । ସେପଟେ ୨୦୨୦ ମେ’ ମାସରେ ଇଡି ଅଭିଯୁକ୍ତ ଏହି ଦମ୍ପତିଙ୍କୁ ପଚରାଉଚରା କରିଥିଲା । ଏହାପରେ ଉଭୟେ ଅଭିଯୁକ୍ତ ନେଇ ସୁରାଗ ପାଇବା ପରେ ସିବିଆଇ ତାଙ୍କୁ ଗିରଫ କରିଥିଲା I

Related Posts