ପଡ଼ିଆ ମଧ୍ୟରେ କୋହଲି-ଗମ୍ଭୀର ବଚସା; ଉଭୟଙ୍କର ୧୦୦ ପ୍ରତିଶତ ମ୍ୟାଚ୍ ଫି କାଟିଲା ବିସିସିଆଇ

ଭୁବନେଶ୍ୱର,୨/୫(ସତ୍ୟପାଠ ବ୍ୟୁରୋ): ଆଇପିଏଲ ୨୦୨୩ରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଜାରି ରହିଛି । ସେପଟେ ଏହି ଘଟଣାକୁ ନେଇ ବିସିସିଆଇ ତୁରନ୍ତ ଆକ୍ସନ ନେଇଛି । ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ଉପରେ ମ୍ୟାଚ ଫି ୧୦୦ ପ୍ରତିଶତ ଜରିମାନା ଲଗାଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ମ୍ୟାଚ ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ବ୍ୟାଟର ବିରାଟ କୋହଲୀ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ର ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ଭିତରେ ବଚସା ଦେଖାଦେଇଥିଲା । ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କୁ ୧୮ରନରେ ହରାଇଥିଲା । ଯାହା ପରେ ବିରାଟ କୋହଲୀ ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଖେଳ ଶେଷ ହେବା ପରେ ବଚସା ଦେଖିବାକୁ ମିଳିଥିଲା ।

ମ୍ୟାଚ ଶେଷ ହେବା ପରେ ଦୁଇ ଟିମ୍ ପାଭିଲିୟନ ଫେରୁଥିଲେ । ଠିକ୍ ଏହି ସମୟରେ କାଇଲ ମୋୟର୍ସ ଏବଂ ବିରାଟ କଥା ହେବା ସମୟରେ ତାଙ୍କୁ କିଛି କହୁଥିବା ନଜର ଆସିଥିଲେ । ଏହି ବଚସା ପରେ ଗୌତମ ଗମ୍ଭୀର ଏବଂ ବିରାଟ କୋହଲି ପୁଣି ଥରେ ଲଢେଇ ଦେଖିବାକୁ ମିଳିଥିଲା । ଭିଡ଼ିଓରେ ଦେଖାଯାଉଛି କି ଲକ୍ଷ୍ନୌ ଟିମର ଅମିତ ମିଶ୍ରା ଏବଂ ବେଙ୍ଗାଲୁର ଟିମର ଅଧିନାୟକ ଫାଫ ଡୁ ପ୍ଲେସିସଙ୍କୁ ବି ଏହା ମଧ୍ୟରେ ଆସିବାକୁ ପଡ଼ିଥିଲା ଓ ଉଭୟ କୋହଲି ଓ ଗମ୍ଭୀର ଙ୍କୁ ଅଲଗା କରିବାକୁ ପଡ଼ିଥିଲା।

Related Posts