କୋରାପୁଟ କାଜୁ ଜଙ୍ଗଲରୁ ନର କଙ୍କାଳ ଠାବ: ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ପୋଲିସ

କୋରାପୁଟ: କାଜୁ ଜଙ୍ଗଲରୁ ଠାବ ହେଲା ନର କଙ୍କାଳ | କୋରାପୁଟ ସଦର ଥାନା ଏକତାଗୁଡା କାଜୁ ଜଙ୍ଗଲରୁ ଏହି ନର କଙ୍କାଳ ଠାବ ହୋଇଛି । ତେବେ ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଜଙ୍ଗଲରୁ ନର କଙ୍କାଳ ଠାବ ହୋଇଛି । ଏପିରିକି ଶରୀର ମୁଣ୍ଡ ଓ ହାତ ବିଭିନ୍ନ ସ୍ଥାନରେ ପଡ଼ିରହିଥିବାର ଦେଖିବାକୁ ମିଳିଛି । କାଜୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ପୋଡାଜଳା ଚିହ୍ନ ରହିଛି। ଘଟଣାସ୍ଥଳରେ ଏକ ଲାଲ ଗାମୁଛା ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି |

ତେବେ ନର କଙ୍କାଳ ମଣିଷର ହୋଇଥିବା ବେଳେ ପୁରୁଷ ନା ସ୍ତ୍ରୀ ତାହା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇପାରୁନାହିଁ। ପ୍ରମାଣ ନଷ୍ଟ ପାଇଁ ହତ୍ୟା କରି ପୋଡିଥିବା ସନ୍ଦେହ କରାଯାଉଛି । ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ କହିଛନ୍ତି କୋରାପୁଟ ପୋଲିସ | ତେବେ ଏହି ଘଟଣା ପ୍ରଘଟ ହେବା ପରେ ଜଙ୍ଗଲରେ ଲୋକଙ୍କ ଭିଡ ଜମିଛି | ପୋଲିସ ସ୍ଥାନୀୟ ଲୋକଙ୍କୁ ପଚାର ଉଚରା କରୁଛି |

Related Posts