ୱେବ ସିରିଜରେ ଧମାଲ କରିବେ ଆତ୍ମଘୋଷିତ ରାଧେ ମା’ଙ୍କ ପୁଅ ହରଜିନ୍ଦର ସିଂ

ମୁମ୍ବାଇ: ଚର୍ଚାରେ ଆତ୍ମଘୋଷିତ ରାଧେ ମା’ଙ୍କ ପୁଅ ହରଜିନ୍ଦର ସିଂ । ତେବେ କିଛି କମ ଲୋକ ରାଧେ ମା’ଙ୍କ ଏକ ପୁଅ ଥିବା କଥା ଜାଣିଥିବା ବେଳେ, ତେବେ ପୂର୍ବରୁ ହରଜିନ୍ଦର ସିଂ ଅନେକ ଫିଲ୍ମ ରେ ନଜର ଆସି ସାରିଛନ୍ତି | ତେବେ ପୂର୍ବରୁ ରାଧେ ମା’ ୱେବ ସିରିଜରେ ନଜର ଆସି ସାରିଥିବା ବେଳେ ଏବେ ତାଙ୍କ ପୁଅ ପାଳି। ରାଧେ ମା’ଙ୍କ ପୁଅ ଡେବ୍ୟୁ କରିବା କଥା ପ୍ରଚାରିତ ହେବା ପରେ ‍ଫ୍ୟାନ୍ସଙ୍କ ମଧ୍ୟରେ ତାଙ୍କୁ ଦେଖିବାକୁ ଉତ୍କଣ୍ଠା ବଢ଼ିଯାଇଛି।

ପୂର୍ବରୁ ହରଜିନ୍ଦର ‘ଡ୍ରିମ ଗାର୍ଲ’ ଓ ‘ଆଇ ଆମ ବନ୍ନି’ ପରି ଫିଲ୍ମରେ ଛୋଟ ଛୋଟ ରୋଲ କରି ସାରିଥିବା ବେଳେ ଏବେ ୱେବ ସିରିଜରେ ପାଦ ଥାପିବେ। ଅଭିନେତା ରଣଦୀପ ହୁଡ୍ଡାଙ୍କ ସହ ସେ ୱେବ ସିରିଜ ‘ଇନ୍ସପେକ୍ଟର ଅବିନାଶ’ରେ ପ୍ରମୁଖ ଭୂମିକାରେ ନଜର ଆସିବେ।

ଏକ ଇଣ୍ଟରଭିୟୁରେ ହରଜିନ୍ଦର କହିଛନ୍ତି, ଛୋଟ ବେଳୁ କ୍ରିକେଟର ନଚେତ ଆକ୍ଟର ହେବାକୁ ଚାହୁଁଥିଲି। କ୍ରିକେଟରମାନଙ୍କର ଖେଳିବାର ଏକ ବୟସ ସୀମା ରହୁଛି। ଆକ୍ଟରଙ୍କ କ୍ଷେତ୍ରରେ କିନ୍ତୁ ତାହା ଲାଗୁ ହେଉନି । ଜଣେ ଅଭିନେତା ଯେକୌଣସି ବୟସରେ ବି କ୍ୟାମେରା ସମ୍ମୁଖକୁ ଆସିପାରେ। ମୁଁ ଏମଆଇଟି ପୁନେରୁ ପାଠପଢ଼ା ଶେଷ କରିଛି। ଏହାପରେ ଧିରେ ଧିରେ ମୁଁ ଅଭିନୟ ଦୁନିଆରେ ପଶିବାରେ ଲାଗିଲି। ଏପରିକି ଷ୍ଟେଜ ପରେ ଅଭିନୟ କରି ତାଳି ପାଇବା ମୋତେ ଖୁବ୍‌ ଖୁସି ଦେଲା। ତେଣୁ ମୁଁ ଏହାକୁ କ୍ୟାରିଅର କରିବାକୁ ସ୍ଥିର କଲି।

ପୂର୍ବରୁ ‘ରାହା ଦେ ମା’ ନାମକ ୱେବ ସିରିଜରେ ଅଭିନୟ କରି ସାରିଛନ୍ତି ରାଧେ ମା’ । ଉକ୍ତ ୱେବ ସିରିଜରେ ରାଧେ ମା’ଙ୍କୁ ତାଙ୍କ ଅସଲି ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଥିଲା। ଏବେ ତାଙ୍କ ପୁଅଙ୍କ ଅଭିନୟକୁ ନେଇ ଦର୍ଶକଙ୍କୁ କେତେ ଆକୃଷ୍ଟ ହୋଇପାରୁଛନ୍ତି ତାହା ରିଲିଜ ହେବା ପରେ ହିଁ ଜଣାପଡିବ |

Related Posts