ମସ୍‌ଜିଦ୍‌ ରୁ ହଟିବ ଲାଉଡ୍‌ସ୍ପିକର: ମହାରାଷ୍ଟ୍ର ସରକାରଙ୍କ ନିକଟରେ ଦାବି କଲେ ନବନିର୍ମାଣ ସେନା ମୁଖ୍ୟ ରାଜ ଠାକ୍‌ରେ

ମହାରାଷ୍ଟ୍ର: ମସ୍‌ଜିଦ୍‌ରେ ଉଚ୍ଚଶ୍ୱରରେ ବାଜୁଥିବା ଲାଉଡ୍‌ସ୍ପିକରକୁ ବିରୋଧ କରିଛନ୍ତି ନବନିର୍ମାଣ ସେନା ମୁଖ୍ୟ ରାଜ ଠାକ୍‌ରେ | ତାକୁ ସବୁ ହଟାଇବା ନେଇ ସେ ମହାରାଷ୍ଟ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି | ଶନିବାର ମୁମ୍ବାଇର ଶିବାଜୀ ପାର୍କରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ଏପରି ଦାବି ଉପସ୍ଥାପନା କରିଛନ୍ତି ନବନିର୍ମାଣ ସେନା ମୁଖ୍ୟ ରାଜ ଠାକ୍‌ରେ |

ଏନେଇ ସେ କହିଛନ୍ତି “ମସ୍‌ଜିଦ୍‌ରେ କାହିଁକି ଏତେ ଉଚ୍ଚସ୍ୱରରେ ଲାଉଡ୍‌ସ୍ପିକରେ ବାଜୁଛି। ଯଦି ଏହା ବନ୍ଦ ନ କରାଯାଏ ତେବେ ମସ୍‌ଜିଦ୍‌ ବାହାରେ ବି ଗୋଟେ ସ୍ପିକର ଲାଗିବ ଆଉ ଉଚ୍ଚ ଭଲିୟୁମ୍‌ରେ ହନୁମାନ ଚାଳିସା ପାଠ କରାଯିବ।” ଏହାପରେ ସେ କହିଛନ୍ତି ଯେ ମୁଁ ପ୍ରାର୍ଥନାକୁ ବିରୋଧ କରୁ ନାହିଁ କି କୌଣସି ଧର୍ମ ବିରୋଧରେ ନାହିଁ। ମୁଁ ମୋ ଧର୍ମ ଗୌରବକୁ ବହନ କରିବାକୁ ଚାହେଁ ବୋଲି ରାଜ ଠାକ୍‌ରେ କହିଛନ୍ତି।

ରାଲିରେ ସେ ନିଜ ବଡ଼ ଭାଇ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସମାଲୋଚନା କରିଛନ୍ତି। ଉଦ୍ଧବ ବିରୋଧୀଙ୍କ ସହିତ ମେଣ୍ଟ କରି ଭୋଟରମାନଙ୍କୁ ଧୋକ ଦେଇଛନ୍ତି ବୋଲି ସେ କହିଛନ୍ତି। ତା ସହିତ ଏନ୍‌ସିପି ଓ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଥିଲେ ରାଜ ଠାକରେ। ମହାରାଷ୍ଟ୍ରରେ ସରକାର ଗଠନ ହେବା ପରେ ରାଜ ଠାକ୍‌ରେ ରାଜ୍ୟରେ ଜାତିଗତ ଘୃଣା ସୃଷ୍ଟି କରି ଚାଲିଛି। ଯାହା ତାଙ୍କୁ ଭବିଷ୍ୟତରେ ଅସୁବିଧାରେ ପକାଇବ |

Related Posts