
(ସତ୍ୟପାଠ ବ୍ୟୁରୋ ) ଭୁବନେଶ୍ୱର ; କରୋନ କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି ଜେଲରେ ଥିବା କଏଦୀ ।ଝାରପଡା ଜେଲର ଚାରିକାନ୍ଥ ଭିତରେ ଚାଲିଛି ବେଧଡକ ଗଞ୍ଜେଇ ଆସର । ଗୋଟେ ପଟେ ଜେଲ ଭିତରେ କରୋନା ସଂକ୍ରମଣ ବଢୁଥିବା ବେଳେ ଅନ୍ୟପଟେ କରୋନା କଟକଣା ନିୟମର ଖୋଲା ଖୋଲି ନିୟମ ଉଲ୍ଲଘଂନ କରି ଜେଲ ଭିତରେ ଗଂଜେଇ ଧୂଆ ସାଙ୍ଗକୁ ସଂକିର୍ତନ ଚାଲିଛି । ତାହା ପୁଣି ଜେଲ ପରିସର ଭିତରେ । ଏହାର ଏକ ଭିଡଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜେଲରେ ସଂଗୀତର ଆସର ଚାଲିଛି ତ ପୁଣି କେଉଁଠି ଆଧୁନିକ ଆଲବମର ତାଳେ ତାଳେ ଝୁମୁଛନ୍ତି କୟଦୀ । ଭାଇରାଲ ଭିଡିଓଟି ଗତ ପଣା ସଂକ୍ରାନ୍ତିରେ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଭୁବନେଶ୍ବରର ଝାରପଡ଼ା ଜେଲ ହେଉଛି ରାଜ୍ୟର ସବୁଠାରୁ ହାଇ ପ୍ରେଫାଇଲ ଜେଲ୍ । ହେଲେ ଏହି ପ୍ରୋଫାଇଲ ଜେଲରେ ସବୁ ଆଡେ ଲାଗିଛି ସିସି ଟିଭି । ଏଠି ପ୍ରଶ୍ନ ଉଠୁଛି ଝାରପଡା ଜେଲ ସ୍ୱତନ୍ର କାରାଗାରକୁ ଏତେ ସଂଖ୍ୟାରେ ମୋବାଇଲ ଗଲା କେମିତି ? ଜେଲରେ ଏତେ କଡାକାଡି ଯାଞ୍ଚ ପରେ ବି ଗଂଜେଇ କିଭଳି ଭିତରକୁ ଯାଉଛି ? ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଏହାକୁ ଏକ ଚକ୍ରାନ୍ତ ବୋଲି ଜେଲ ଡିଆଇଜି କହିଛନ୍ତି । ଏହା ପଛରେ ଯେଉଁ କର୍ମଚାରୀ ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ତେବେ ଜେଲ ସୁରକ୍ଷା କର୍ମୀଙ୍କ ବିନା ସହଯୋଗରେ କିମ୍ବା ଜାଣତରେ ଗଂଜେଇ, ମୋବାଇଲ ଫୋନ ଆଦି ଜେଲ ଭିତରକୁ ଜିବା ଅସମ୍ଭବ ମନେ ହଉଛି ।