୨୦୨୨ରେ ବିଜେପିର ବିଜୟ ରଥ ରୋକିବାକୁ ୟୁପି ଯିବେ ଚାଷୀ ନେତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଶ୍ଚିମବଙ୍ଗ ଏବଂ ୟୁପି ପଞ୍ଚାୟତିରାଜ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଶକ୍ତ ଝଟକା ଲାଗିଛି। ପଶ୍ଚିମବଙ୍ଗରେ ଦଳ ସବୁ ଶକ୍ତି ପ୍ରୟୋଗ କରିଥିବା ସତ୍ତ୍ୱେ ୭୭ ଆସନରେ ସିମୀତ ରହିଗଲା। ଅନ୍ୟ ପଟେ ଉତ୍ତରପ୍ରଦେଶରେ ବିଜେପି କ୍ଷମତାରେ ଥାଇ ମଧ୍ୟ ପଞ୍ଚାୟତ ନିର୍ବାଚନରେ ସନ୍ତୋଷଜନକ ପ୍ରଦର୍ଶନ କରି ପାରି ନଥିଲା। ଏଠାରେ କୃଷି ଆନ୍ଦୋଳନର ବେଶ୍ ଦବଦବା ରହିଥିଲା। ଏହା ମଧ୍ୟରେ କୃଷକ ନେତା ମାନେ ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ୨୦୨୨ ରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଶାସକ ବିଜେପିକୁ ରୋକିବା ପାଇଁ ଲକଡାଉନ୍ ପ୍ରତ୍ୟାହାର ପରେ ଖୁବ ଶୀଘ୍ର ଗେରୁଆ ଦଳ ବିରୋଧରେ ଅଭିଯାନ ଆରମ୍ଭ କରିବେ। ବି.କେ.ୟୁ ର ବରିଷ୍ଠ ନେତା ଗୁରୁନାମ ସିଂ ଚାଡୁନି ବୁଧବାର କହିଛନ୍ତି ଯେ ସଂଯୁକ୍ତ କିଷାନ ମୋର୍ଚ୍ଚାର ସଦସ୍ୟ ମାନେ 2022 ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ପ୍ରଚାର କରିବାର ଯୋଜନା ବିଷୟରେ ଆଲୋଚନା କରିସାରିଛନ୍ତି। ଗତ କିଛି ମାସ ଧରି ଆନ୍ଦୋଳନକାରୀଙ୍କ ସପକ୍ଷରେ ଏକ ମାହୋଲ ସୃଷ୍ଟି ହୋଇଥିବାରୁ ସମର୍ଥକଙ୍କ ମନୋବଳ ବଢାଇବା ପାଇଁ ଚାଡୁନି କହିଛନ୍ତି ଯେ, ଲକଡାଉନ୍ ପ୍ରତ୍ୟାହାର ପରେ ଖୁବ୍ ଶୀଘ୍ର ୟୁପି ଯିବା ପାଇଁ ଆମର ଯୋଜନା ରହିଛି। କୃଷକ ନେତାମାନେ ବିଶ୍ୱାସ କରନ୍ତି ଯେ ବିଧାନସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ବିଜେପି ବିରୋଧରେ ସେମାନଙ୍କର ଅଭିଯାନ “
କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗ ବିଜେପି ବିରୋଧରେ ମାହୋଲ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି”। ସେମାନେ ଏହା ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ପ୍ରଚାର କରିବା ସେମାନଙ୍କ ପାଇଁ ଳ ସୁବିଧା ହେବ କାରଣ ଏଠାରେ ଭାଷାର ସମସ୍ୟା ନାହିଁ। ଅପରପକ୍ଷରେ ଦୂରତା ମଧ୍ୟ କମ୍। ଚାଡୁନି କୁହନ୍ତି, ୟୁପି ସହ ଆମର ବ୍ୟକ୍ତିଗତ ସଂଯୋଗ ରହିଛି। କୃଷକ ନେତା ମାନେ ଦାବି କରିଛନ୍ତି ଯେ ସେମାନଙ୍କ ଆନ୍ଦୋଳନର ପ୍ରାଧାନ୍ୟ କେବଳ ପାଶ୍ଚିମ ୟୁପିରେ ସୀମିତ ନୁହେଁ ବରଂ ସମଗ୍ର ରାଜ୍ୟରେ ଏହାର ପ୍ରଭାବ ରହିଛି। କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି। ବିବାଦୀୟ ଆଇନକୁ ରଦ୍ଦ କରିବା ପାଇଁ କୃଷକ ନେତାମାନେ ବିଜେପିକୁ ରାଜନୈତିକ ସ୍ତରରେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ବେଙ୍ଗଲ ଭଳି ୟୁପିରେ ମଧ୍ୟ କୌଣସି ରାଜନୈତିକ ଦଳ ପାଇଁ ପ୍ରଚାର କରିନପାରନ୍ତି । କିନ୍ତୁ କୃଷକମାନଙ୍କୁ ବିଜେପି ବିରୋଧରେ ଭୋଟ୍ ଦେବାକୁ ଅନୁରୋଧ କରିପାରନ୍ତି।

Related Posts