ସରକାରୀ ବାସଭବନରୁ ମିଳିଲା କଲ୍ୟାଣସିଂହପୁର ଡେପୁଟି ରେଞ୍ଜରଙ୍କ ମୃତଦେହ

କଲ୍ୟାଣସିଂହପୁର: ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ । ନିଜେ ରହୁଥିବା ସରକାରୀ ବାସଭବନରୁ ମିଳିଛି କଲ୍ୟାଣସିଂହପୁର ଡେପୁଟି ରେଞ୍ଜରଙ୍କ ମୃତଦେହ। ତାଙ୍କ ନାମ ବ୍ରଜମୋହନ ଭୋଇ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହେଲେ ଅଚାନକ ଜଣେ ଅଧିକାରୀଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରୁ ମିଳିବା ଘଟଣାକୁ ରହସ୍ୟମୟ କରିଦେଇଛି।

ଖବର ଅନୁଯାୟୀ, ବୁଧବାର ଦିନ ଡେପୁଟି ରେଞ୍ଜର ବ୍ରଜ ମୋହନ ଭୋଇଙ୍କ ମୃତ୍ୟୁ ହୋଇଛି । ବାସଭବନରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ହେଲେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହିତ ଶବ ବ୍ୟବଚ୍ଛେଦ ଲାଗି ନିକଟସ୍ଥ ମେଡିକାଲକୁ ପଠାଇଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

ତେବେ ବାସଭବନରେ କିପରି ଡେପୁଟି ରେଞ୍ଜରଙ୍କ ମୃତ୍ୟୁ ହେଲା । ସେନେଇ ବିଭିନ୍ନ ଦିଗରୁ ଖୋଲତାଡ଼ ଆରମ୍ଭ କରିଛି ପୋଲିସ । ଏବେ ଯାଏଁ ମୃତ୍ୟୁ ସଂପର୍କରେ ସବିଶେଷ ତଥ୍ୟ ହାସଲ ହୋଇନାହିଁ ।

Related Posts