650 ହତ୍ୟା-କୁଆଁରୀ ଝିଅଙ୍କ ରକ୍ତରେ ଗାଧୋଉଥିଲା ଏହି ମହିଳା ସିରିଏଲ୍‌ କିଲର

ଲେଡି ସିରିଏଲ୍‌ କିଲର ଏଲିଜାବେଥ୍‌ 1585ରୁ 1610 ମଧ୍ୟରେ ନିଜର ମହଲରେ ପ୍ରାୟ 600ରୁ ଅଧିକ ଝିଅମାନଙ୍କୁ ହତ୍ୟା କରିଥିଲା ।

ସାରା ବିଶ୍ବରେ ସିରିଏଲ୍‌ କିଲିଂ ମାମଲା ଇତିହାସରେ ଲେଖାହୋଇଛି । କିନ୍ତୁ ଏହି ହତ୍ୟାକାରୀଙ୍କ ଭିତରେ କିଛି ନାମ ଏମିତି ମହିଳାଙ୍କର ବି ଅଛି, ଯେଉଁମାନଙ୍କ ନାଁ ଶୁଣି ଲୋକେ ଆତଙ୍କରେ ଥରୁଥିଲେ । ଲୋକଙ୍କ ଆତ୍ମା କମ୍ପି ଯାଉଥିଲା । ଏମିତି ଜଣେ ମହିଳା ସିରିଏଲ୍‌ କିଲର ଥିଲା ଏଲିଜାବେଥ୍‌ ବାଥରୀ । ଯିଏ କୁଆଁରୀ ଝିଅ ମାନଙ୍କର ରକ୍ତରେ ଗାଧୋଉଥିଲା ।

ହାଇ ପ୍ରୋଫାଇଲ୍‌ ସିରିଏଲ୍‌ କିଲର

ସିରିଏଲ୍‌ କିଲର ଏଲିଜାବେଥ୍‌ ବାଥରୀର ଭୟାନକ କାହାଣୀ ପ୍ରାୟ 400 ବର୍ଷ ପୁରୁଣା । ସେ ଖୁବ୍‌ ହାଇ ପ୍ରୋଫାଇଲ୍‌ ମହିଳା ଥିଲେ । ଇତିହାସର ପୃଷ୍ଠାରେ ତାଙ୍କର ରକ୍ତାକ୍ତ କାହାଣୀ ଅନୁସାରେ ହଙ୍ଗେରୀ ସାମ୍ରାଜ୍ୟର ଏହି ସିରିଏଲ୍‌ କିଲର 1585ରୁ1610 ମଧ୍ୟରେ ନିଜ ମହଲରେ ପ୍ରାୟ 600ରୁ ଅଧିକ ଝିଅଙ୍କୁ ହତ୍ୟା କରିଥିଲା ।

ସବୁବେଳେ ଯୁବତୀ ରହିବାକୁ ଚାହୁଁଥିଲା ଏଲିଜାବେଥ୍‌

ଏଲିଜାବେଥ୍‌ ବାଥରୀକୁ କେଜାଣି କୁଆଡୁ ମାଲୁମ ହୋଇଥିଲା ଯେ ଯଦି ସେ କୁଆଁରୀ ଝିଅଙ୍କର ରକ୍ତରେ ଗାଧୋଇବ ତେବେ ସେ ସାରା ଜୀବନ ଯୁବତୀ ଓ ସୁନ୍ଦର ହୋଇ ରହିବ । ବାସ୍‌ ଏହି ଲୋଭରେ ସେ ଏମିତି ହତ୍ୟାକାରୀ ପାଲଟିଗଲା ଯେ ସେ ହୋଇଗଲା ମୃତ୍ୟୁର ଅନ୍ୟ ନାମ । ଏଲିଜାବେଥ୍‌ ନିଜ ଯୌବନକୁ କାଏବ ରଖିବାକୁ କୁଆଁରୀ ଝିଅ ମାନଙ୍କର ହତ୍ୟା କରିଚାଲିଲା । ଆଉ ସେମାନଙ୍କର ରକ୍ତରେ ଗାଧୋଉଥିଲା ।

ହତ୍ୟା ପୂର୍ବରୁ ପିଶାଚ କାମ

ନିଜ ଶିକାରଙ୍କୁ ଏଲିଜାବେଥ୍‌ ଖୁବ୍‌ ଯନ୍ତ୍ରଣା ଦେଇ ମାରୁଥିଲା । ସେ ଝିଅମାନଙ୍କୁ ହତ୍ୟା ପୂର୍ବରୁ ସେମାନଙ୍କ ସହ ଖୁବ୍‌ ଅତ୍ୟାଚାର କରୁଥିଲା । ସେ ଏତେ ପିଶାଚ ଥିଲା ଯେ ସେ ଝିଅ ମାନଙ୍କର ସ୍ପର୍ଶକାତର ଅଙ୍ଗକୁ ଜଳାଇ ଦେଉଥିଲା । ଏହି କାମରେ ତାର ଚାକରମାନେ ତାକୁ ସାହାଯ୍ୟ କରୁଥିଲେ ।

ମହଲରୁ ମିଳିଥିଲା ନରକଙ୍କାଳ

ଦସ୍ତାବିଜ ଅନୁସାରେ ଏଲିଜାବେଥ ନିଜ ଚାକର ମାନଙ୍କ ସହ ମିଶି ପ୍ରାୟ 650 ଝିଅଙ୍କୁ ନିର୍ମମ ହତ୍ୟା କରିଥିଲା । ତାର ମହଲରୁ ବହୁ ଝିଅଙ୍କର କଙ୍କାଳ ଓ ସୁନା ରୁପାର ଗହଣା ମିଳିଥିଲା । 1610ରେ ହଙ୍ଗେରୀର ରାଜାଙ୍କ ଆଦେଶ କ୍ରମେ ତାକୁ ତିନି ଜଣ ଚାକରଙ୍କ ସହ ଗିରଫ କରାଯାଇଥିଲା ।

କଏଦରେ ମୃତ୍ୟୁ

ମହଲ ସହ ସମ୍ପର୍କିତ ଥିବାରୁ ତାକୁ ମହଲରେ ହିଁ କଏଦ କରାଯାଇଥିଲା । ଦଣ୍ଡ ମିଳିବାର ପ୍ରାୟ ଚାରି ବର୍ଷ ପରେ 1614ରେ ତାର ମୃତ୍ୟୁ ହୋଇଗଲା । ଏଲିଜାବେଥର ଜୀବନ ଉପରେ ବହୁ ବହି ଲେଖାଯାଇଛି । ଏମିତିକି ତା ଉପରେ ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି ।

ଗାଁର ଝିଅ ମାନେ ହେଉଥିଲେ ଶିକାର

ଉପନ୍ୟାସକାର ବ୍ରାମ୍‌ ଷ୍ଟୋକର ଏଲିଜାବେଥର ଜୀବନ ଉପରେ ଆଧାରିତ ଡ୍ରାକୁଲା ଉପନ୍ୟାସ ଲେଖିଥିଲେ । ଏଲିଜାବେଥର ବିବାହ ଫେରେଙ୍କ ନୈଡେଷ୍ଡୀ ନାମକ ବ୍ୟକ୍ତି ସହ ହୋଇଥିଲା । କୁହାଯାଏ ଯେ ସେହି ଭୟାନକ ମହିଳା ସିରିଏଲ୍‌ କିଲର ଟାର୍ଗେଟ୍‌ରେ ଅଧିକାଂଶ ଗାଁର ଝିଅ ମାନେ ହିଁ ଥିଲେ । ସେ ସହଜରେ ନିଜ ଶିକାର କରିନେଉଥିଲା ।

Related Posts