କେନ୍ଦ୍ରାପଡ଼ାରେ ବିଜୟ ମହାପାତ୍ରଙ୍କ ଶକ୍ତି ପ୍ରଦର୍ଶନ, ଜନସଭାରେ କହିଲେ ‘ରାଜ୍ୟ ରାଜନୀତିରେ ହେବ ବିରାଟ ପରିବର୍ତ୍ତନ’

ନିକଟରେ ବିଜେପି ଛାଡ଼ିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ବୁଧବାର କେନ୍ଦ୍ରାପଡ଼ାରେ କରିଛନ୍ତି ଶକ୍ତି ପ୍ରଦର୍ଶନ । ବିଜେପିରୁ ଇସ୍ତଫା ଦେବାପରେ ଏକ ବିଶାଳ ଜନସଭା କରିଛନ୍ତି ବିଜୟ ମହାପାତ୍ର । କେନ୍ଦ୍ରାପଡ଼ା ବାଗଡ଼ିଆ ସ୍ଥିତ ମାଆ ଗୋଜବାୟାଣୀ ପୀଠରେ ଆୟୋଜିତ ସଭାରେ ବିଜୟଙ୍କର ବହୁ ସଂଖ୍ୟାରେ ସମର୍ଥକ ଯୋଗ ଦେଇଥିଲେ ।

ବିଜେପିରୁ ଇସ୍ତଫା ଦେଇଥିବାରୁ ବିଜୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଭାରେ ବହୁ ସଂଖ୍ୟାରେ ଯୋଗ ଦେଇଥିବା କର୍ମୀଙ୍କୁ ଦେଖି ଭାବ ବିହ୍ୱଳ ହୋଇଯାଇଥିଲେ ବିଜୟ ମହାପାତ୍ର । ଦୀର୍ଘ ବର୍ଷ ଧରି ରାଜନୈତିକ କ୍ଷମତାରେ ନ ଥାଇ ମଧ୍ୟ କର୍ମୀମାନଙ୍କ ଉତ୍ସାହ ତାଙ୍କ ମନୋବଳକୁ ଶକ୍ତ କରିଛି ବୋଲି କହିଥିଲେ ।

ଏଥିସହ ବିଜୟ କହିଥିଲେ ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ବିରାଟ ପରିବର୍ତ୍ତନ ଆସିବ । ଆଗାମୀ ସମର୍ଥକ ଓ ଶୁଭେଚ୍ଛୁଙ୍କ ବିଚାର ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ । ଏହି ସଭାରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଜୟଙ୍କ ସମର୍ଥକଙ୍କ ସହ ବହୁ ସରପଞ୍ଚ, ସମିତିସଭ୍ୟଙ୍କ ସହ ପୂର୍ବତନ ବିଜେପି ଜିଲ୍ଲା ସଭାପତି ସୁକାନ୍ତ ଦ୍ବିବେଦୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

Related Posts