କେହି ଭାରତକୁ ଇସଲାମିକ୍‌ ଦେଶ କରିବାକୁ ଉଦ୍ୟମ ନ କରନ୍ତୁ – ମେଘାଳୟ ହାଇକୋର୍ଟ

ମେଘାଳୟ ହାଇକୋର୍ଟର ଜଷ୍ଟିସ ଏସ୍‌ଆର୍‌ ସେନ୍‌ କହିଛନ୍ତି ଯେ ମୋ ନଜରରେ ଏନ୍‌ଆର୍‌ସି ପ୍ରକ୍ରିୟାରେ ଗଡ଼ବଡ଼ି ରହିଛି, କାରଣ ଅଧିକାଂଶ ବିଦେଶୀ ଭାରତୀୟ ହୋଇଯାଇଛନ୍ତି, ଆଉ ମୂଳ ଭାରତୀୟ ଏଥିରୁ ବାଦ୍‌ ପଡ଼ିଛନ୍ତି ।

ମେଘାଳୟ ହାଇକୋର୍ଟ ପିଆର୍‌ସି(ସ୍ଥାୟୀ ଆବାସିକ ପ୍ରମାଣପତ୍ର)କୁ ନେଇ ଏକ ମାମଲାର ଶୁଣାଣି ସମୟରେ କରିଛନ୍ତି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ । ଜଷ୍ଟିସ୍‌ ଏସ୍‌ଆର୍‌ ସେନ୍‌ କହିଛନ୍ତି ଯେ, ‘ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ କେହି ବି ଭାରତକୁ ଦ୍ବିତୀୟ ଇସଲାମିକ୍‌ ଦେଶ କରିବାକୁ ଉଦ୍ୟମ କରିବା ଉଚିତ ନୁହେଁ । ସେ କହିଲେ ଯଦି ଏମିତି ହୁଏ ତେବେ ଏହା ଭାରତ ଓ ବିଶ୍ବ ପାଇଁ ସବୁଠାରୁ ଖରାପ ଦିନ ହେବ । ମୁଁ ବିଶ୍ବାସ କରୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏହି କଥାକୁ ବୁଝିବେ ।

ସେ କହିଲେ ଯେ ଯେତେଯାଏଁ ରାଜ୍ୟରେ ରହିବାକୁ ମନ ଅଛି, ସେତେବେଳ ଯାଏଁ ଜଣେ ବ୍ୟକ୍ତିକୁ ପିଆର୍‌ସି(ସ୍ଥାୟୀ ଆବାସିକ ପ୍ରମାଣପତ୍ର) ପାଇଁ ଆବେଦନ କରିବାର ହକ୍‌ ଅଛି ।

ଜଷ୍ଟିସ୍‌ ସେନ୍‌ କହିଲେ ଯେ ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ, ପାର୍ସୀ ଆଦି ଧର୍ମର ଲୋକେ ଯେଉଁମାନେ ଭାରତକୁ ଆସିଛନ୍ତି ଏବଂ ଯେଉମାନଙ୍କୁ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଭାରତକୁ ଆସିବାକୁ ଅଛି, ଏଥିସହ ଭାରତୀୟ ମୂଳର ଲୋକେ ଯେଉଁମାନେ ବାହାରେ ରହୁଛନ୍ତି, ସେମାନଙ୍କ ହିତ ପାଇଁ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ଉଚିତ ।

Related Posts