ଲଖିମପୁର ଖେରୀ ମାମଲା; ଚାରି ମାସ ପରେ ଜେଲରୁ ବାହାରିଲେ ଆଶିଷ ମିଶ୍ରା

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଲଖିମପୁର ଖେରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଦୀର୍ଘ ଚାରି ମାସ ପରେ ଜେଲରୁ ବାହାରିଛନ୍ତି । ଗତ ସପ୍ତାହରେ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ ମାମଲାର ଶୁଣାଣି କରି ଜାମିନ ପାଇଁ ଅନୁମତି ଦେଇଥିଲେ। ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଚାରି ମାସ ପୂର୍ବେ ପୋଲିସ ଗିରଫ କରିଥିଲା। କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ପ୍ରଦର୍ଶନକାରୀ କୃଷକଙ୍କୁ ଗାଡି ଚଢାଇ ହତ୍ୟା କରିଥିବା ଘଟଣାରେ ଅଭିଯୁକ୍ତ। ସାକ୍ଷୀଙ୍କ ଉପରେ କୌଣସି ଚାପ ନପକାଇବା ଏବଂ ପ୍ରମାଣ ନଷ୍ଟ ନକରିବା ସର୍ତ୍ତରେ କୋର୍ଟ ଶିଷ ଆଶିଷ ମିଶ୍ରାଙ୍କୁ ଜାମିନ ପ୍ରଦାନ କରିଥିଲେ।

ଏହି ମାମଲାର ତଦନ୍ତ କରୁଥିବା ଏସଆଇଟି ପକ୍ଷରୁ କୃଷକଙ୍କ ଗାଡି ଚଢାଇ ମାରିବା ଘଟଣାକୁ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କୁହାଯାଇଥିଲା । ଏହାପରେ ଏସଆଇଟି ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଏଥିରେ ଆଶିଷ ମିଶ୍ରାକୁ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା। ଏହାସହ ଅନ୍ୟ ୧୬ଙ୍କୁ ମାମଲା ଦୋଷୀ କରିଛି ଏସଆଇଟି। ଅଭିଯୁକ୍ତଙ୍କ ନାଁରେ ଆଇପିଏର ଧାରା ୩୦୭. ୩୨୬, ୩୦୨, ୩୪, ୧୨୦ବି, ୧୪୭,୧୪୮,୧୪୯, ୩/୨୫/୩୦ରେ ମାମଲା ରୁଜୁ କରିଛି ଏସଆଇଟି।

Related Posts