ହିଜାବ ବିବାଦ; ହିଜାବକୁ ନେଇ ଭାରତକୁ ଉପଦେଶ ଦେବାରେ ଲାଗିଛନ୍ତି ଇସଲାମିକ ଦେଶ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ହିଜାବ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଇସଲାମିକ ଦେଶମାନେ ମଧ୍ୟ ଏହି ବିବାଦରେ ମୁଣ୍ଡ ପୁରାଉଥିବାର ଦେଖିବାକୁ ମିଳିଛି । ତେବେ ଇସ୍ଲାମିକ୍ ସହଯୋଗ ସଂଗଠନର ସଚିବାଳୟ ଏହା ଦାବି କରୁଛି ଯେ ଭାରତର ମୁସ୍ଲିମ୍ ସମୁଦାୟ ମୁସଲ୍ମାନଙ୍କ ସୁରକ୍ଷା ଓ ହିତର ଧ୍ୟାନ ରଖୁ । ଇସ୍ଲାମ୍କୁ ମାନୁଥିବା ଲୋକଙ୍କ ଜୀବନ ଶୈଳୀର ରକ୍ଷା କରନ୍ତୁ । ଏହାଛଡ଼ା ହିଂସା ପାଇଁ ପ୍ରବର୍ତ୍ତାଉଥିବା ଏବଂ ଅପରାଧ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବାକୁ ସେ ଏହି ଟ୍ୱିଟ୍ରେ ଲେଖିଛନ୍ତି ।

ଇସ୍ଲାମିକ୍ ସହଯୋଗ ସଂଗଠନ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ନିବେଦନ କରି କହିଛି ଯେ ଏହି ବିବାଦରେ ହସ୍ତକ୍ଷେପ କରି ମାନବ ଅଧିକାର ରକ୍ଷା ପାଇଁ ପ୍ରୟାସ କରିନ୍ତୁ । କେବଳ ସେତିକି ନୁହେଁ ଇସ୍ଲାମିକ୍ ସହଯୋଗ ସଂଗଠନ ଭାରତର ହରିଦ୍ୱାରରେ ହୋଇଥିବା ଧର୍ମ ସଂସଦ ସମୟରେ ଘୃଣା ସୃଷ୍ଟି କରୁଥିବା ବକ୍ତବ୍ୟକୁ ନେଇ ଭାରତକୁ ଉପଦେଶ ଦେବା ପାଇଁ ପ୍ରୟାସ କରିଥିବା ଦେଖିବାକୁ ମିଳିଛି ।

Related Posts