ଲଖିମପୁର ଖେରୀ ହିଂସାକାଣ୍ଡ ଘଟଣା: ଆସନ୍ତା ୫ରେ ମୃତ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆନ୍ଦୋଳନ କରିବେ ଭାରତୀୟ କିଷାନ ୟୁନିୟନର ହଜାର ହଜାର ଚାଷୀ

ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସାକାଣ୍ଡ ଘଟଣାକୁ ନେଇ ଜାରି ରହିଛି ଅସନ୍ତୋଷ | ମୃତ ଚାଷୀଙ୍କୁ ନ୍ୟାୟ ଦାବିରେ ପୁଣି ରାସ୍ତାକୁ ଓହ୍ଲାଇବେ ଚାଷୀ | ଆସନ୍ତା ୫ ତାରିଖ ମୃତ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଉତ୍ତରପ୍ରଦେଶରେ ଆନ୍ଦୋଳନ କରିବେ ଭାରତୀୟ କିଷାନ ୟୁନିୟନର ହଜାର ହଜାର ଚାଷୀ । ଏହି ଆନ୍ଦୋଳନରେ ୪ଟି ରାଜ୍ୟର ଚାଷୀ ସାମିଲ ହେବେ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ କିସାନ ୟୁନିଅନର ସାଧାରଣ ସମ୍ପାଦକ ହରିନ୍ଦର ସିଂ ଲାଖୋୱାଲ ଘୋଷଣା କରିଛନ୍ତି।

ସେପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ବେଲ ଖାରଜ ପରେ ଆତ୍ମସମର୍ପଣ କରିଥିଲେ |

୨୦୨୧ ଅକ୍ଟୋବର ୩ରେ ଲଖିମପୁର ଖେରୀରେ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ଉଚ୍ଛେଦ କରିବା ଦାବିରେ ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ଚକା ତଳେ ଦବି ୪ ଜଣ ଚାଷୀଙ୍କ ସମେତ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ପ୍ରାଣ ମଧ୍ୟ ଯାଇଥିଲା ।ଏହି ମାମଲାର ଶୁଣାଣୀ ପରେ ଆଶିଷ ମିଶ୍ରାଙ୍କୁ ପୋଲିସ ଗିରଫ କରିଥିଲା । ଏହା ପରେ ଫେବୃଆରୀରେ ଜାମିନ ପ୍ରଦାନ କରାଯାଇଥିଲା । ଏହାପରେ ଏପ୍ରିଲରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି ଜାମିନ ନାମଞ୍ଜୁର କରିଥିଲେ । ଏପ୍ରିଲ ୨୪ରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ ଆଶିଷ ମିଶ୍ରା ।

Related Posts