ଲୋକସଭା ବାଚସ୍ପତିଙ୍କ ନାଁରେ ତିଆରି ହୋଇଥିଲା ଫେକ ହ୍ୱାଟ୍ସଆପ ଆକାଉଣ୍ଟ; ସିମ ଜାଲିଆତି ଘଟଣାରେ ସାମ୍ନାକୁ ଆସିଲା ସାଘାଂତିକ ତଥ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସିମ ଜାଲିଆତି ଘଟଣାରେ ସାମ୍ନାକୁ ଆସିଲା ସାଘାଂତିକ ତଥ୍ୟ । ଲୋକସଭା ବାଚସ୍ପତିଙ୍କ ନାଁକୁ ବ୍ୟବହାର କରିଥିଲେ ସାଇବର ଠକ । ବାଚସ୍ପତି ଓମ ବିର୍ଲାଙ୍କ ନାଁରେ ତିଆରି ହୋଇଥିଲା ଜାଲ ହ୍ବାଟ୍ସଆପ ଆକାଉଣ୍ଟ । ସେପଟେ ଓଡ଼ିଶା ସର୍କଲର ଏକ ବିଏସଏନଏଲ ସିମକୁ ବାଚସ୍ପତିଙ୍କ ହ୍ବାଟ୍ସଆପ ନମ୍ବର ଭାବେ ଦର୍ଶାଇଥିଲେ ଦୃବୁର୍ତ୍ତ । ଅନ୍ୟପଟେ ଗିରଫ ଅଭିଯୁକ୍ତ ହେଲେ ଶାଇ ପ୍ରକାଶ ଦାସ,ଅବିନାଶ ନାୟକ ଓ ଦୁଷ୍ମନ୍ତ ସାହୁ । ଅଧିକ ତଥ୍ୟ ହାସଲ ପାଇଁ ତିନି ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ଆଣିବ ବୋଲି ସୂଚନା ମିଳିଛି । ଏନେଇ ଆଜି କୋର୍ଟରେ ଆବେଦନ ହେବ । ଅଭିଯୁକ୍ତଙ୍କ ଚେର ସାରା ଦେଶରେ ଲମ୍ବିଥିବାର କଥା ସାମ୍ନାକୁ ଆସିଛି । ତେବେ ଗତକାଲି କ୍ରାଇମବ୍ରାଞ୍ଚର ସାଇବର ସେଲ ତିନିଜଣଙ୍କୁ ଢେଙ୍କାନାଳରୁ ଗିରଫ କରିଥିଲା । ତାଙ୍କ ଠାରୁ ୧୯ ହଜାର ୬୪୧ ଟି ଫ୍ରି ଆକ୍ଟିଭେଟ ସୀମ କାର୍ଡ ଓ ୪୮ ଟି ମୋବାଇଲ ଜବତ ହୋଇଛି । ଫ୍ରି ଆକ୍ଟିଭେଟ ସୀମ ମଧ୍ୟରୁ ମୁଖ୍ୟତଃ ଭୋଡାଫୋନ, ଜିଓ, ବିଏସସେନେଲ ସୀମ ରହିଛି ।

କେବଳ ଏତିକି ନୁହେଁ ବରଂ ତାଙ୍କ ପାଖରୁ ୧୪ ଲକ୍ଷ ୩୨ ହଜାର ନଗଦ ଟଙ୍କା ଜବତ ହୋଇଛି । ଭୋଟର କାର୍ଡ ଓ ଲ୍ୟାପଟପ ଅଭିଯୁକ୍ତଙ୍କ ପାଖରୁ ଜବତ କରାଯାଇଛି । ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ମୋବାଇଲ ସୀମ ରି ଆକ୍ଟିଭେଟ କରୁଥିଲେ । ସେମାନେ ହେଲେ ସାଇ ପ୍ରକାଶ ଦାସ ଓ ଅବିନାସ ନାଏକ । ଏବଂ ଗ୍ରୁଫର ମୁଖ୍ୟ ଦୁଷ୍ମନ୍ତ କୁମାର ସାହୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲଟଫର୍ମରେ ଏକ ଗ୍ରୁଫ ତିଆରି କରିଥିଲେ ଏବଂ ସେଥିରେ ମୋବାଇଲ ନମ୍ବରକୁ ରି ଆକ୍ଟିଭେଟ କରି ସେୟାର କରୁଥିଲେ । ଆଉ ଏହି ନମ୍ବରକୁ ଫେକ ଆକାଉଣ୍ଟ , ଇକମର୍ସ ପ୍ଲାଟ ଫର୍ମରେ ଆକାଉଣ୍ଟ ଖୋଲିବା ପାଇଁ ଏହାର ବ୍ୟବହାର କରାଯାଇଥିଲା । ସେପଟେ ଦୁଇ ବର୍ଷ ହେଲା ସେ ଏପରି କରୁଥିବାର ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts