
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଲକ୍ଷ୍ନୌ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଭେଟିଲେ ବଲିଉଡ କୁଇନ କଙ୍ଗନା ରଣାୱତ । ଗତକାଲି ସନ୍ଧ୍ୟା ସମୟରେ ଲକ୍ଷ୍ନୌ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ସେ ଇଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ‘ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବା ପରେ ମୁଁ ଦ୍ବିତୀୟ ଥର ପାଇଁ ଆଜି ମହାରାଜ ଜୀଙ୍କୁ ସାକ୍ଷାତ କଲି, ମହାରାଜ ଜୀଙ୍କ ସହ ଆଜିର ସନ୍ଧ୍ୟା ମୋ ପାଇଁ ବହୁତ ଭଲ ଥିଲା |
ସୂଚନାଯୋଗ୍ୟ, ଦ୍ବିତୀୟ ଥର ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଛନ୍ତି କଙ୍ଗନା । ଏହା ପୂର୍ବରୁ ଗତବର୍ଷ ଅକ୍ଟୋବର ୨ରେ ସାକ୍ଷାତ କରିଥିଲେ । ବିଧାନସଭା ନିର୍ବାଚନରେ ବିଜୟୀ ହେବାପରେ ଶୁଭେଚ୍ଛା ଜଣାଇଥିଲେ କଙ୍ଗନା ।
ଅନ୍ୟପଟେ ବର୍ତ୍ତମାନ କଙ୍ଗନା ନିଜ ସୋ ‘Lock Upp’ କୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି |