ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୯୫ ବର୍ଷରେ ପାଦ ଥାପିଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ। ଆଜି ହେଉଛି ଆଡଭାନୀଙ୍କ ଆଜି ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଆଡଭାନୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ଅଧା ଘଣ୍ଟା ପର୍ଯ୍ୟନ୍ତ ଲାଲକୃଷ୍ଣ ଆଡଭାନୀଙ୍କ ଘରେ ରହିଥିଲେ। ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଥିଲେ। ମୋଦି ଏହି ସମୟରେ ଆଡଭାନୀଙ୍କଠାରୁ ଆର୍ଶୀବାଦ ମଧ୍ୟ ନେଇଥିଲେ। ତେବେ ଆଡଭାନୀଙ୍କ ଜନ୍ମଦିନରେ ମୋଦି ପ୍ରତି ବର୍ଷ ତାଙ୍କୁ ଶୁଭେଚ୍ଛା ଦେବାକୁ ଯାଇଥାନ୍ତି ଓ ଆର୍ଶୀବାଦ ମଧ୍ୟ ନେଇଥାନ୍ତି।
ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ବିଟ୍ କରି କହିଛନ୍ତି ଯେ, ଶ୍ରଦ୍ଧେୟ ଲାଲକୃଷ୍ଣ ଆଡଭାନୀ ଜୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଅନେକ ଅଭିନନ୍ଦନ। ତାଙ୍କୁ ଭାରତର ପ୍ରଭାବଶାଳୀ ନେତାଙ୍କ ଭାବରେ ଜଣାଯାଏ। ଦେଶ, ସମାଜ ଓ ଦଳର ବିକାଶ ଯାତ୍ରାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ମୁଁ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ ହେବାର କାମନା କରୁଛି।
