ଚିକିତ୍ସା ପାଇଁ ସିଙ୍ଗାପୁର ଯିବେ ଲାଲୁ ଯାଦବ, ଭିସା ପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟରେ କଲେ ଆବେଦନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଭିନ୍ନ ଶାରୀରିକ ସମସ୍ୟା ଦେଇ ଗତି କରୁଛନ୍ତି ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ତେବେ ନିଜର ଚିକିତ୍ସା ପାଇଁ ସେ ବିଦେଶ ଯିବେ। ଏଥିପାଇଁ ଭିସା ଦେବାକୁ ସେ ସିବିଆଇର ସ୍ଵତନ୍ତ୍ର କୋର୍ଟରେ ଆବେଦନ କରିଛନ୍ତି। ସ୍ୱାସ୍ଥ୍ୟ ସମସ୍ୟା ଦେଖାଇ ଭିସା କୋହଳ କରିବାକୁ ଲାଲୁ ଆବେଦନ କରିଥିବା ବେଳେ ଚିକିତ୍ସା ପାଇଁ ସେ ସିଙ୍ଗାପୁର ଯିବେ ବୋଲି ଆବେଦନରେ ଦର୍ଶାଇଛନ୍ତି। ଲାଲୁ ଯାଦବ କିଡ୍ନୀ ରୋଗରେ ପୀଡ଼ିତ ଅଛନ୍ତି। ସେପ୍ଟେମ୍ବର ୨୪ ତାରିଖରେ ସିଙ୍ଗାପୁରର ନେଫ୍ରୋଲୋଜିଷ୍ଟ ସ୍ପେଶିଆଲିଷ୍ଟଙ୍କ ସହ ତାଙ୍କର ଆପଏଣ୍ଟ ସ୍ଥିର ହୋଇଛି। ତେଣୁ ସେପ୍ଟେମ୍ବର ୨୨ ସୁଧା ତାଙ୍କୁ ସିଙ୍ଗାପୁର ଯିବାକୁ ହେବ ବୋଲି ଲାଲୁ ପ୍ରସାଦ ଯାଦବଙ୍କ ଓକିଲ ଅନନ୍ତ କୁମାର କୋର୍ଟରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଚାରା ଦୁର୍ନୀତିର ୫ ଟି ଅଲଗା ଅଲଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେଥିମଧ୍ୟରୁ ଝାରଖଣ୍ଡର ଚାଇବାସା, ଦେଓଘର, ଡୁମକା ଏବଂ ଡୋରାଣ୍ଡ ଟ୍ରେଜେରିରୁ ଅଧିକ ଟଙ୍କା ଉଠାଣ ମାମଲା ମଧ୍ୟ ରହିଛି। ଚାରା ଦୁର୍ନୀତି ଅଭିଯୋଗରେ ଲାଲୁଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ମିଳିଛି।

Related Posts