
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ମହାରାଷ୍ଟ୍ର ର ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବିଜେପି ଶୀର୍ଷ ନେତୃତ୍ୱ ଙ୍କୁ ଦିଲ୍ଲୀ ରେ ଭେଟିବେ। ଏହି ସାକ୍ଷାତକାର ରେ ନୂଆ କ୍ୟାବିନେଟ୍ ର ସମ୍ପ୍ରସାରଣ ନେଇ ଚର୍ଚ୍ଚା ହୋଇପାରେ। ତେବେ ଏହି କ୍ରମ ରେ ଏହି ଯୋଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବିଜେପି ଜାତୀୟ ସଭାପତି ଜେପି ନାଡାଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। ଦୁହେଁ ଶନିବାର ପୁଣି ମହାରାଷ୍ଟ୍ର ଫେରିଆସିବା କାର୍ଯ୍ୟକ୍ରମ ରହିଛି। ତେବେ ଏକ ନାଟକୀୟ ଘଟଣା କ୍ରମ ରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ବିଜେପିର ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।
ରିପୋର୍ଟ ଅନୁଯାୟୀ, ନୂତନ ସରକାରରେ ୪୫ ଜଣ ମନ୍ତ୍ରୀ ସାମିଲ ହେବାର ସମ୍ଭାବନା ରହିଛି, ସେଥିମଧ୍ୟରୁ ୨୫ ଜଣ ବିଜେପିରୁ ଏବଂ ୧୩ ଜଣ ସିନ୍ଦେ ନେତୃତ୍ୱାଧୀନ ସେନା ଦଳରୁ ଆସିବେ। ଅବଶିଷ୍ଟ ମନ୍ତ୍ରୀ ସ୍ୱାଧୀନ ବିଧାୟକ ମାନେ ହେବେ।