ଭିଜିଲାନ୍ସ ହାତରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର କାର୍ଯ୍ୟରତ ଲାଞ୍ଚୁଆ ଡାକ୍ତର ଉମାକାନ୍ତ ଖଜରିଆ

ଢେଙ୍କାନାଳ : ୧୧ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଡାକ୍ତର । ଡାକ୍ତରଙ୍କୁ କାବୁ କଲେ ଭିଜିଲାନ୍ସ ଟିମ୍ । ଡାକ୍ତର ଜଣଙ୍କ ହେଲେ ଭେଷଜ ବିଶେଷଜ୍ଞ ଉମାକାନ୍ତ ଖଜରିଆ ।

ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ଲାଞ୍ଚ ନେବା ସମୟରେ ଧରା ପଡିଛନ୍ତି । ଲାଞ୍ଚ ଟଙ୍କା ସହ ଲାଞ୍ଚୁଆ ଡାକ୍ତରଙ୍କୁ ଏହା ଘରୋଇ କ୍ଲିନିକରୁ କାବୁ କରିଛି ଭିଜିଲାନ୍ସ । ସେ ଲାଞ୍ଚ ନେଇଥିବା ରାସାୟନିକ ବୋଳା ୧୧ହଜାର ଟଙ୍କା ତାଙ୍କଠାରୁ ଭିଜିଲାନ୍ସ ଜବତ କରିଛି । ଏହି କ୍ଲିନିକରୁ ଡାକ୍ତର ବାବୁଙ୍କ ସମେତ ତାଙ୍କର ଏକ ଇକୋ ସ୍ପୋର୍ଟ କାରକୁ ମଧ୍ୟ ଉଠାଇ ନେଇଛି ଭିଜିଲାନ୍ସ ।

ଡାକ୍ତର ଜଣଙ୍କ ଏବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି ।

ଡାକ୍ତର ବାବୁ ଜଣଙ୍କ ଏଲଆଇସି ଡେଥ୍ କ୍ଲେମ୍ ସେଟଲ୍ ପାଇଁ ଆବଶ୍ୟକ ଡାକ୍ତରୀ ସାର୍ଟିଫିକେଟ ପାଇଁ ମୃତକ ପରିବାର ପାଇବାକୁ ଥିବା ମୋଟ ଟଙ୍କାର ଶତକଡା ୧୦ ପ୍ରତିଶତ ଲାଞ୍ଚ ନେଇଥାନ୍ତି ବୋଲି ଭିଜିଲାନ୍ସରେ ଅଭିଯୋଗ ଥିଲା । ତେବେ ଢେଙ୍କାନାଳ ସଦର ଥାନା ଚାଉଳିଆ ଗ୍ରାମର ମୃତା ନନ୍ଦିନୀ ନାୟକଙ୍କର ପରିବାର ଏଲଆଇସି ଡେଥ କ୍ଲେମ ବାବଦକୁ ପାଇବାକୁ ଥିବା ୧ ଲକ୍ଷ ୧୦ ହଜାର ଟଙ୍କାର ୧୦ ପ୍ରତିଶତ ଅର୍ଥାତ ୧୧ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଏହି ଲାଞ୍ଚୁଆ ଡାକ୍ତର ବାବୁ । ଅଭିଯୋଗ ପାଇ ମଙ୍ଗଳବାର କଟକ ଭିଜିଲାନ୍ସର ଏକ ଟିମ୍ ଯୋଜନବଦ୍ଧ ଭାବେ ଛକି ବସିଥିବା ବେଳେ ମୃତା ନନ୍ଦିନୀଙ୍କ ବୀମା କରିଥିବା ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କଠାରୁ ଏହି ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଥିଲା ଭିଜିଲାନ୍ସ ।

Related Posts