ଚିଲିକାରେ ରହିଛନ୍ତି ୩୩୬ ପ୍ରଜାତିର ମାଛ, ୨୯ ପ୍ରଜାତିର ଚିଙ୍ଗୁଡି, ୩୫ ପ୍ରଜାତିର କଙ୍କଡା : ମନ୍ତ୍ରୀ ପ୍ରଦୀପ ଅମାତ

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ଚିଲିକାରେ ୩୩୬ ପ୍ରଜାତିର ମାଛ, ୨୯ ପ୍ରଜାତିର ଚିଙ୍ଗୁଡି, ୩୫ ପ୍ରଜାତିର କଙ୍କଡା ରହିଛନ୍ତି। ଏହା ଆଜି ବିଧାନସଭାରେ କହିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ। ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି।

ତେବେ ଚିଲିକାରେ କେତେ କିସମର ମାଛ ଅଛନ୍ତି? ଚିଲିକା ହ୍ରଦରେ ଥିବା ଫିସିଂ କ୍ୟାଟର ସଂଖ୍ୟା କେତେ? ଚିଲିକାରେ ମିଳୁଥିବା ମାଛ କେତେ ମାତ୍ରାରେ ବିଦେଶକୁ ରପ୍ତାନୀ ହେଉଛି ଏବଂ ଏ ବାବଦରେ ରାଜ୍ୟ କେତେ ବୈଦେଶିକ ମୁଦ୍ରା ଅର୍ଜନ କରୁଛି? ଏନେଇ ଗୃହରେ ପ୍ରଶ୍ନ ପଚାରିଥିଲେ ବିଧାୟକ ପ୍ରଫୁଲ୍ଲ ସାମଲ ।

ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପ୍ରଦୀପ ଅମାତ ନିମ୍ନ ତଥ୍ୟ ଗୃହରେ ରଖିଛନ୍ତି।
– ଚିଲିକାରେ ଏବେ ୧୭୬ଟି ମାଛରଙ୍କା ବିରାଟି ରହିଛନ୍ତି । ଚିଲିକା ଉନ୍ନୟନ କତ୍ତୃପକ୍ଷ ଓ ଚିଲିକା ବନ୍ୟପ୍ରାଣୀ ବନ୍ୟଖଣ୍ଡଙ୍କ ମିଳିତ ସହଯୋଗରେ ଗଣନା ହୋଇଥିଲା
– ଏହାଛଡା ଚିଲିକାରେ ୩୩୬ ପ୍ରଜାତିର ମାଛ, ୨୯ ପ୍ରଜାତିର ଚିଙ୍ଗୁଡି, ୩୫ ପ୍ରଜାତିର କଙ୍କଡା ରହିଛି
– ଚିଲିକା ହ୍ରଦରୁ ୨୦୨୧-୨୨ ମସିହାରେ ୧୨୧୮୭.୫୮ ମେଟ୍ରିକ୍ ଟନ୍ ମାଛ, ୬୭୬୨.୦୨ ମେଟ୍ରିକ ଟନ୍ ଚିଙ୍ଗୁଡି, ୪୭୮.୭୦ ମେଟ୍ରିକ ଟନ୍ କଙ୍କଡା ଉତ୍ପାଦିତ ହୋଇଛି
– ମୋଟ ଭାବେ ୧୯୪୨୮.୩୦ ମେଟ୍ରିକ ଟନ୍ ମାଛ, ଚିଙ୍ଗୁଡି ଓ କଙ୍କଡା ଉତ୍ପାଦିତ ହେଉଛି, ଯାହାର ମୂଲ୍ୟ ୩୫୫.୦୧ କୋଟି
– ଏହାଛଡା ୨୦୨୧-୨୨ ଆର୍ଥିକ ବର୍ଷରେ ଓଡିଶାରୁ ବିଦେଶକୁ ୮୬୪୮୦.୭୮ ମେଟ୍ରିକ ଟନ୍ ମାଛ, ଚିଙ୍ଗୁଡି ଓ କଙ୍କଡା ରପ୍ତାନୀ କରାଯାଇଛି
– ଏ ବାବଦରେ ମୋଟ ୪୫୨୬.୨୩ କୋଟି ଟଙ୍କାର ବୈଦେଶିକ ମୁଦ୍ରା ଅର୍ଜନ କରାଯାଇଛି

Related Posts