ଫାଇରିଂ ବନ୍ଦ କର, ନହେଲେ ପରିସ୍ଥିତି ବିଗିଡ଼ିଲେ ପାକିସ୍ତାନ ହିଁ ଦାୟୀ ରହିବ; ସୀମା ବିବାଦକୁ ନେଇ ପାକିସ୍ତାନକୁ ଚେତାବନୀ ଦେଇ ଏପରି କହିଲା ତାଲିବାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନ ଓ ତାଲିବାନ ମଧ୍ୟରେ ସୀମା ବିବାଦ ଲାଗିରହିଛି । ସେପଟେ ସୀମାରେ ପାକିସ୍ତାନ ସୈନିକ ବାରମ୍ବାର ଫାଇରିଂ କରୁଥିବାର ତାଲିବାନ ଅଭିଯୋଗ କରିଆସୁଛି । ଏହା ମଧ୍ୟରେ ତାଲିବାନ ଇମ୍ରାନ ଖାନ ସରକାରଙ୍କୁ ଚେତାବନୀ ଦେଇଥିବାର ଦେଖିବାକୁୁ ମିଳିଛି । ତେବେ ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ଅନୁସାରେ ଯଦି ପାକିସ୍ତାନର ସେନା ଫାୟାରିଂ ବନ୍ଦ ନକରେ ଓ ପରିସ୍ଥିତି ବିଗିଡେ ତେବେ ଏଥିପାଇଁ ପାକିସ୍ତାନ ଦାୟୀ ରହିବ।ଗତବର୍ଷ ଅଗଷ୍ଟ ୧୫ରେ ଆଫଗାନିସ୍ତାନରେ ତାଲିବାନ କବ୍ଜା କରିବା ପରେ ଡୁରଣ୍ଡ ଲାଇନରେ ଥିବା କଣ୍ଟାଯୁକ୍ତ ତାରକୁ ତାଲିବାନ ବୁଲଡୋଜର୍ ଦ୍ଵାରା ଉଠାଇ ଦେଇ କହିଥିଲା ସେ ଏହି ସୀମାକୁ ସେ ମାନେ ନାହିଁ। ଆଫଗାନିସ୍ତାନର ଏକ ଓ୍ୱେବସାଇଟ୍ ଅନୁସାରେ, ନାଙ୍ଗରହରର ଅନେକ ସ୍ଥାନରେ ପାକିସ୍ତାନ ତରଫରୁ ଫାୟାରିଂ କରାଯାଉଛି।

ହାଲୁକା ଓ ଓଜନିଆ ମେଶିନ୍ ଗନ୍ ଦ୍ଵାରା କ୍ରମାଗତ ଆକ୍ରମଣ କରାଯାଉଛି। ଅଭିଯୋଗ ଅନୁଯାୟୀ ପାକିସ୍ତାନ ବାୟୁସେନାର କେତେକ ଏୟାରକ୍ରାଫ୍ଟ ଓ ଡ୍ରୋନ୍ସ ଆଫଗାନିସ୍ତାନର ବିମାନ ଉଡାଣ ସୀମାକୁ ପ୍ରବେଶ କରିଥିଲେ। ଏହାପରେ ଆଫଗାନିସ୍ତାନର ବିଦେଶ, ପ୍ରତିରକ୍ଷା ଓ ଗୃହ ମନ୍ତ୍ରାଳୟର ଅଫିସରମାନଙ୍କ ଏକ ଦଳ ଇସଲାମାବାଦ ପଠା ଯାଇଥିଲା। ଏହି ଦଳ ପାକିସ୍ତାନକୁ ଚେତାବନୀ ଦେଇଥିଲା ଯେ ଯଦି ଏଭଳି କାର୍ୟ୍ୟକଳାପ ଚାଲୁ ରହେ ତେବେ କୌଣସି ବି ମୁହୂର୍ତ୍ତରେ ପରିସ୍ଥିତି ନିୟନ୍ତ୍ରଣରୁ ବାହାରକୁ ଚାଲିଯିବ। ଏଥିପାଇଁ ପାକିସ୍ତାନ ସରକାର ଓ ପାକିସ୍ତାନୀ ସେନା ଦାୟୀ ରହିବ।

Related Posts