ଶ୍ରୀ ମନ୍ଦିରରେ ଭକ୍ତଙ୍କ ଭିଡ଼ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା

ଭୁବନେଶ୍ୱର,୧୬/୬(ସତ୍ୟପାଠ ବ୍ୟୁରୋ): ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ଚାରି ଦ୍ୱାର | ମହାପ୍ରଭୁଙ୍କ ଦର୍ଶନରେ ଯେପରି କିଛି ଅସୁବିଧା ନହେଉ ସେଥିପାଇଁ ଭକ୍ତଙ୍କ ସୁରକ୍ଷାକୁ ନଜରରେ ରଖି ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିଦେଇଛନ୍ତି ନୂଆ ସରକାର | ବର୍ତ୍ତମାନ ସ୍ଥିତି ଏମିତି ଯେ ଭିଡ ନିୟନ୍ତ୍ରଣ କରିବା ଅସମ୍ଭାଳ ହୋଇ ପଡିଛି | ପୂର୍ବ ଅପେକ୍ଷା ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭକ୍ତ | ଯାହାକୁ ନେଇ ଏବେ ପ୍ରଶ୍ନ ବି ଉଠିଲାଣି ଚାରିଦ୍ୱାର ଖୋଲାଯିବ କେତେ ଦୂର ଠିକ ?

ତେବେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ | ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ବୈଠକ ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ଛୁଟି ଦିନ ଥିବାରୁ ଭକ୍ତଙ୍କ ଭିଡ଼ ଥିଲା । ହେଲେ ଏନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି। ଆଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ସମସ୍ତଙ୍କ ସହଯୋଗ ରହିଲେ ଦର୍ଶନ ଶୃଙ୍ଖଳିତ ହେବ ପାଇଁ ସମସ୍ତ ବ୍ୟବସ୍ଥା ହେବ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ‘ଉଭୟ ଯାତ୍ରା ଓ ସମନ୍ବୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି’ । ‘ଆଗକୁ ନୀତିକାନ୍ତି ନେଇ ସେବାୟତ ଓ ପରିଚାଳନା କମିଟି ସହ ବୈଠକ ଅନୁଷ୍ଠିତ ହେବ’।

Related Posts