ଆମ୍ସ ଆକ୍ଟ ମାମଲାରେ ଲରେନ୍ସ ବିଷ୍ଣୋୟୀକୁ ୪ ଦିନିଆ ପୋଲିସ ହେପାଜତକୁ ପଠାଇଲେ କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମ୍ସ ଆକ୍ଟ ମାମଲାରେ ଲରେନ୍ସ ବିଷ୍ଣୋୟୀକୁ ୪ ଦିନିଆ ପୋଲିସ ହେପାଜତକୁ ପଠାଇଲେ କୋର୍ଟ । ତେବେ ଲରେନ୍ସ ବିଷ୍ଣୋୟୀଙ୍କୁ କୋର୍ଟରେ ହାଜର କରାଯାଇଥିଲା, କୋର୍ଟ ଦିଲ୍ଲୀ ପୋଲିସର ଦକ୍ଷିଣ ରେଞ୍ଜ ସ୍ପେଶାଲ ସେଲର ଆବେଦନ ଉପରେ ସମ୍ମତି ପ୍ରଦାନ କରିଛନ୍ତି । ଶୁଣାଣି ବେଳେ ପୋଲିସ ୨୦ ମିନିଟ ଯାଏ ପଚରାଉଚରା କରିଥିଲା । ପରେ କୋର୍ଟ ଲରେନ୍ସଙ୍କୁ ହେପାଜତକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ପୋଲିସର କହିବାନୁଯାୟୀ, ପଞ୍ଜାବର ଗୋଟିଏ ମାମଲାରେ ଗ୍ୟାଙ୍ଗଷ୍ଟର ଜଗ୍ଗୁ ଭଗବାନପୁରିଆ ପୋଲିସକୁ କହିଥିଲେ ଯେ, ଲରେନ୍ସ ତାଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଦାନ କରିଥିଲା । ଭଗବାନପୁରିଆ ବର୍ତ୍ତମାନ ଜେଲରେ ବନ୍ଦ ରହିଛି ।

ଦିଲ୍ଲୀ ପୋଲିସ ଏହି ମାମଲାରେ ଲରେନ୍ସ ବିଷ୍ଣୋୟୀକୁ ପଚରାଉଚରା କରିବା ପାଇଁ ଚାହୁଁଛି । ଏହା ପୂର୍ବରୁ ଦିଲ୍ଲୀ ପୋଲିସର ଆବେଦନରେ ପଟିଆଲା ହାଉସ କୋର୍ଟ ଲରେନ୍ସ ବିଷ୍ଣୋୟୀର ଆବେଦନ ଉପରେ ତାର ରିମାଣ୍ଡ ଅବଧି ୫ ଦିନ ବଢାଇଥିଲେ । ପୋଲିସ କୋର୍ଟରେ ଆର୍ମ୍ସ ଆକ୍ଟରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଲରେନ୍ସଙ୍କୁ ପଚରାଉଚରା କରିବାର ଆବଶ୍ୟକତା ରହିଥିବା କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts