ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟ ଗୌରବ ଅଭିୟାନ’ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏବଂ ୩,୦୫୦ କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଥିଲେ। ସେପଟେ ତାଙ୍କ କାର୍ୟ୍ୟକୁ ପ୍ରଶଂସା କରି ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ହାର୍ଦ୍ଦିକ ପଟେଲ ଏକ ଟୁଇଟ୍ କରିଛନ୍ତି। ଏହା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଜିତିବା ଆମର ଲକ୍ଷ୍ୟ ନୁହେଁ ବରଂ ଲୋକଙ୍କ ପ୍ରତି ଭଲ କାମ କରିବା ଆମର ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରଭାଇ ମୋଦୀ କହିଛନ୍ତି। ଏପରି କହି ମୋଦି ଭାଇ ମୋ ମନକୁ ଜିତିଯାଇଛନ୍ତି । ଗୁଜରାଟ ସମେତ ଦେଶର ୧୩୫ କୋଟି ଭାରତୀୟଙ୍କ ପାଇଁ ଶ୍ରୀ ନରେନ୍ଦ୍ର ଭୋଇ ମୋଦୀ ତାଙ୍କର ୧୦୦% କାମ ଦେଇଛନ୍ତି। ଅନ୍ୟ ଏକ ଟୁଇଟ୍ରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବାବେଳେ ସେ କହିଛନ୍ତି ଯେ ଶ୍ରୀ ନରେନ୍ଦ୍ର ଭୋଇ ମୋଦୀ ଜି ସର୍ବଦା ଯତ୍ନବାନ ହୁଅନ୍ତି ଯେ ଗୁଜୁରାଟର କୌଣସି ବ୍ୟକ୍ତି ଗୁଜୁରାଟର ବିକାଶ କାହାଣୀରେ ପଛରେ ନ ପଡ଼ନ୍ତୁ। ଗୁଜୁରାଟର ଲୋକଙ୍କୁ ସମସ୍ତ ବିଭାଗକୁ ଉପଯୁକ୍ତ ସୁବିଧା ଦେଇ ଅଧିକ ଦକ୍ଷ କରିବା ପାଇଁ ଶ୍ରୀ ମୋଦୀ ଜୀ ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି ବୋଲି ବିଜେପି ନେତା ହାର୍ଦ୍ଦିକ ପଟେଲ କହିଛନ୍ତି ।
ଅନ୍ୟପଟେ ବିଜେପି ନେତାଙ୍କର ଏପରି ଟ୍ୱିଟ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି । ତେବେ ମୀନା ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ହାର୍ଦ୍ଦିକ ଭାଇ ଆପଣ ବୋଧେ କିଛି ଅଧିକ ପ୍ରାଂଶସା କରିଦେଇଛନ୍ତି । ମୋତେ ଆପଣଙ୍କୁ ଦେଖି ଦୟା ଲାଗୁଛି । ଆଉ ଜଣ ଉପଭୋକ୍ତା କହିଛନ୍ତି ଯେ ଆପଣଙ୍କୁ ଯେତେ ପ୍ରଶଂସା କରିବାର ଅଛି କରନ୍ତୁ ହେଲେ ପୁରୁଣା ଟ୍ୱିଟକୁ ଆଗ କାଟନ୍ତୁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ହେବାରେ ଲାଗିଛି ।





