କିଏ ରହିଲା ଚୁପ୍‌ ତ କିଏ ବାଣ୍ଟିଲା ଚା’, ଫଳାଫଳକୁ ଦେଖନ୍ତୁ ନେତାଙ୍କ ମୁଡ୍‌

5ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଏକପ୍ରକାର ସ୍ପଷ୍ଟ ହିନ୍ଦୀ ଭାଷୀ ରାଜ୍ୟ ଛତିଶଗଡ଼, ରାଜସ୍ଥାନରେ କଂଗ୍ରେସ ବିଜୟ ହାସଲ କରିସାରିଛି । ସେପଟେ ମଧ୍ୟପ୍ରଦେଶର ଫଳାଫଳ ସ୍ପଷ୍ଟ ହୋଇନାହିଁ । ତେଲେଙ୍ଗାନାରେ କେସିଆର୍‌ଙ୍କ ଦଳ ଟିଆର୍‌ଏସ୍‌ ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବାକୁ ଯାଉଛି । ସେପଟେ ପୂର୍ବୋତ୍ତର ରାଜ୍ୟ ମିଜୋରାମରେ କଂଗ୍ରେସକୁ ଝଟ୍‌କା ଲାଗିଛି ।

ଫଳାଫଳ ବିଜେପି ପାଇଁ ବଡ଼ ଝଟ୍‌କା ଦେଲା । ମଙ୍ଗଳବାର ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ ସଂସଦ ଭବନରୁ ବାହାରିଲେ ତ ସାମ୍ବାଦିକମାନେ ତାଙ୍କର ପ୍ରତିକ୍ରିୟା ଜାଣିବାକୁ ଚାହିଁଲେ, କିନ୍ତୁ ଅମିତ୍‌ ଶାହ କିଛି ବି କହିବାକୁ ମନା କରି ଏମିତି ସ୍ମିତହାସ୍ୟ ଦେଇ ଚାଲିଗଲେ ।


ଶୀତକାଳୀନ ଅଧିବେସନ ଆରମ୍ଭରେ ସମସ୍ତ ମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ସଂସଦ ଭବନ ପରିସରରେ ଉପସ୍ଥିତ ଥିଲେ । କିନ୍ତୁ ବିଜେପିର କୌଣସି ନେତା ଫଳାଫଳକୁ ନେଇ ସ୍ପଷ୍ଟ ଭାବେ କିଛି କହିଲେ ନାହିଁ । ପିୟୁଷ ଗୋଏଲ୍‌ ଫୋନ୍‌ରେ କଥା ହୋଇ ଗଣମାଧ୍ୟମରୁ ଦୂରେଇ ରହିଲେ ।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବି ଫଳାଫଳକୁ ନେଇ କିଛି ସ୍ପଷ୍ଟ କହିଲେ ନାହିଁ ।

କଂଗ୍ରେସ କର୍ମକର୍ତ୍ତାମାନେ ବିଜୟର ଉତ୍ସବ ପାଳନ କରିଛନ୍ତି । ସକାଳୁ ସକାଳୁ ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟ ବାହାରେ ଢୋଲ ତାଳେ ତାଳେ କର୍ମୀମାନେ ଖୁବ୍‌ ନାଚିଲେ ।

କର୍ମକର୍ତ୍ତାଙ୍କ ସହ ଖୁସି ମନାଇବା ପାଇଁ କଂଗ୍ରେସ ନେତା ଅଶୋକ ଗେହଲଟ ଆସିଲେ । ସେ ଚା’ ବାଣ୍ଟି ନିଜ ବିଜୟର ଉତ୍ସବ ପାଳନ କଲେ ।

କଂଗ୍ରେସର କର୍ମକର୍ତ୍ତା ଡିସେମ୍ବରରେ ହିଁ ହୋଲି ପାଳନ କରିଛନ୍ତି । ମହିଳା କର୍ମକର୍ତ୍ତା ପରସ୍ପରକୁ ମିଠା ଖୁଆଇ ଉତ୍ସବ ପାଳନ କଲେ ।

ବିଜେପି ନେତାମାନେ ଏହା ଉପରେ କିଛି କହୁ ନ ଥିଲେ ଆଉ ଦଳୀୟ ମୁଖ୍ୟାଳୟ ପୁରା ଶାନ୍ତ ପଡ଼ିଥିଲା ।

Related Posts