ରାସ୍ତାରେ ବୁଲୁଛି ବାଘ

ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ବଡ଼ମାଳ ଅଞ୍ଚଳରେ କିଛି ଦିନ ବ୍ୟବଧାନରେ ପୁଣି ଥରେ କଲରାପତରିଆ ବାଘ ଦେଖିବାକୁ ମିଳିଛି । ଗୁରୁବାର ବିଳମ୍ବିତ ରାତିରେ କିଛି ଲୋକ ବଡ଼ମାଳ ଗୋଳାବାରୁଦ କାରଖାନା ପରିସର ଭିତରେ ଦୁଇଟି କଲରାପତରିଆ ବାଘକୁ ଦେଖିଥିଲେ ।

ଗାଡ଼ି ଭିତରେ ରହି ମୋବାଇଲରେ ସେମାନଙ୍କ ଗତିବିଧିକୁ ରେକର୍ଡ କରିଥିଲେ । ପୂର୍ବରୁ ଗୋଟିଏ କଲରା ପତରିଆ ବାଘ ଥିବା ନେଇ ବନ ବିଭାଗ ସୂଚନା ଦେଇଥିଲା । ଏବେ ପୁଣି ଥରେ ଦୁଇଟି କଲରା ପତରିଆ ବାଘ ଦେଖାଯିବା କାରଖାନା ପରିସର ଭିତରେ ଥିବା ଲୋକଙ୍କ ଚିନ୍ତାର ବଢ଼ାଇଛି ।

Related Posts