ବିଜେପି ଆଗ ବଙ୍ଗପସାଗର ପାର ହୋଇ ଦେଖାଉ; ଆଉ ପ୍ରଥମେ କେମିତି ପହଁରା ଯାଏ ତାହା ଶିଖନ୍ତୁ: ମମତା ବାର୍ନାଜୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣି କେନ୍ଦ୍ର ସରକାଣଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ । ତେବେ ପୂର୍ବକୋଲକାତାରେ ଏକ ଘରୋଇ ଜାତୀୟ ଟେଲିଭିଜନ ଚାନେଲ ପକ୍ଷରୁ ଆୟୋଜିତ କନକ୍ଲେଭରେ ଯୋଗ ଦେଇ ଏହା କହିଛନ୍ତି ମମତା। କାର୍ୟ୍ୟକ୍ରମର ଶୀର୍ଶକ ଥିଲା ‘ନ୍ୟାଶନାଲ ଆଫେୟାର୍ସ: ଦି ଭିଜନ ଫର ଏନ୍ ଅଲଟରନେଟିଭ ଲିଡର୍ସିପ’। ଏଥିରେ ମମତା ମହାରାଷ୍ଟ୍ରର ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇବା ସହ ବେଙ୍ଗଲର ବିଧାନସଭା ନିର୍ବାଚନ ପରେ ଉପୁଜିଥିବା ରାଜନୈତିକ ହିଂସାକୁ ନେଇ ବିଭିନ୍ନ ମତ ରଖିଥିଲେ। ବର୍ତ୍ତମାନ ଦେଶରେ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଥିବା ମମତା କହିଛନ୍ତି ଯେ, ତାଙ୍କୁ ୧୧ ବର୍ଷ ବୟସରୁ ସେ ରାଜନେତା ହେବା ପାଇଁ ଲକ୍ଷ୍ୟ ଥିଲା। ସେ କହିଛନ୍ତି ଯେ, ମୋତେ ଯେତେବେଳେ ୧୧ ବର୍ଷ ହୋଇଥିଲା ମୋର ରାଜନୀତି ପ୍ରତି ରୁଚି ବଢ଼ିଥିଲା। କାରଣ ମୋ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ସବୁ ବେଳେ ମୋତେ ଭଲ ଉପଦେଶ ଦେଇ ଆସୁଥିଲେ। ଜଣେ ମହିଳା ହୋଇଥିବାରୁ ସେ କେବେ ରାଜନୀତିରେ ଭେଦଭାବରେ ଶିକାର ହୋଇଛନ୍ତି କି ନାହିଁ ପ୍ରଶ୍ନ ହେବାରୁ ସେ ମନା କରିଥିଲେ। ସେ କହିଛନ୍ତି ଯେ, ମୁଁ ଜଣେ ନିଜକୁ ମଣିଷ ବୋଲି ବିବେଚନା କରେ। କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି ମମତା କହିଥିଲେ ଯେ, ସେମାନନେ(ପଶ୍ଚିମବଙ୍ଗ) ଆମକୁ ଅର୍ଥ ଦେଉ ନାହାନ୍ତି। କେନ୍ଦ୍ର ଆମକୁ ଆର୍ଥିକ ଭାବେ ଅବରୋଧ କରୁଛି। ପଣ୍ଚିମବଙ୍ଗ ସରକାରଙ୍କୁ ଅଟକାଇବା ପାଇଁ ସେମାନେ ସବୁ ପ୍ରକାର ଏଜେନ୍ସିକୁ ବ୍ୟବହାର କରୁଛନ୍ତି । ଏମିତିକି ସେମାନେ ଆମ ଅଫିସରଙ୍କୁ ତାଙ୍କ କାମରେ ବାଧା ସୃଷ୍ଟି କରୁଛନ୍ତି। ଯେହେତୁ ମୁଁ ଦୃଢ଼ମନା ହୋଇ କାମ କରୁଛି ସେମାନେ ତାଙ୍କ ଲକ୍ଷରେ ସଫଳ ହୋଇ ପାରୁ ନାହାନ୍ତି । ଗତ ନିର୍ବାଚନରେ ଅମିତ ଶାହଙ୍କ ସ୍ଳୋଗାନ ଥିଲା ‘ଅବକୀ ବାର ୨୦୦ ପାର୍’। ବେଙ୍ଗଲ ଦଖଲ କରିବେ ବୋଲି କହୁଥିଲେ ମଧ୍ୟ। କିନ୍ତୁ ସେମାନେ ବଙ୍ଗୋପସାଗର ପାର ହୋଇ ଦେଖାଇ ପାରିବେ କି? କେମିତି ପହଁରା ଯାଏ ସେମାନେ ଆଗେ ଶିଖନ୍ତୁ କହି ବିଜେପିକୁ ତାତ୍ସଲ୍ୟ କରିଥିଲେ ମମତା। ସେମାନଙ୍କୁ ବଙ୍ଗୋସଗାରେ ପହଁରିବା ଆସେନି, ଏମିତି ଏଠାରେ ବେଙ୍ଗଲ ଟାଇଗର ଥିବ ମମତା ଚେତାବନୀ ଦେଇଥିଲେ। ଆପଣ ରୟାଲ ବେଙ୍ଗଲ ଟାଇଗର କି ପ୍ରଶ୍ନ ହେବାରୁ ମମତା କହିଥିଲେ ଯେ’ ମୁଁ ନୁହେଁ। ମୋର ରାଜ୍ୟବାସୀ ହେଉଛନ୍ତ ରୟାଲ ବେଙ୍ଗଲ ଟାଇଗର। ସେହିପରି ମହାରାଷ୍ଟ୍ରରେ ବିଜେପି ସହ ମିଶି ଏକନାଥ ସିନ୍ଦେଙ୍କ ସରକାର ବେଶୀ ଦିନ ତିଷ୍ଟିବନି ବୋଲି ମମତା କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts