୨୦୨୪ ସାଧାରଣ ନିର୍ବାଚନରେ ବିଜେପି ପାଇଁ ଜନତା ହେବେ ବୁଲଡୋଜର: ମମତା ବାର୍ନାଜୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ବର୍ତ୍ତମାନ ଠାରୁ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ଦେଶରେ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଦେଶର ଜନତା ବିଜେପି ପାଇଁ ବୁଲଡୋଜର ହେବେ । ଏକ ଜାତୀୟ ଗଣମାଧ୍ୟମର କାର୍ୟ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏପରି କହିଥିବାର ଦେଖିବାକୁ ମିଳିଛି । ସେପଟେ ଆଗାମୀ ନିର୍ବାଚନ ବିଜେପି ବନାମ ଭାରତୀୟ ଜନତା ହେବାକୁ ଯାଉଛି ।

ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ପ୍ରଶ୍ନ କରିଥିଲେ ବର୍ତ୍ତମାନ ବିରୋଧୀ ମୁକ୍ତ ଭାରତର ନାରା ଦିଆଯାଉଛି । ଏହାର ଉତ୍ତରରେ ମମତା କହିଛନ୍ତି ଏଭଳି ପ୍ରତିଶୋଧ ପରାୟଣର ସରକାର କେବେ ଦେଖିନଥିଲେ । ବିଜେପି ସରକାର ବର୍ତ୍ତମାନ ଯେମିତି ସବୁଆଡେ ବୁଲଡୋଜର ଚଳାଉଛି । ଜନତା ମଧ୍ୟ ଆଗାମୀ ଦିନରେ ବୁଲଡୋଜର ଚଳାଇବେ । ଲୋକତାନ୍ତ୍ରିକ ଭାବେ ଜନତା ବିଜେପି ସରକାର ଉପରେ ବୁଲଡୋଜର ଚଳାଇବେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts