ଲାଲୁ ଯାଦବଙ୍କ ପରି ନୀତିଶ କୁମାର ମଧ୍ୟ ଖୁବଶୀଘ୍ର ଜେଲ୍‌ରେ ଥିବେ: ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ନିକଟରେ ଏନଡିଏ ସହ ସଂପର୍କ ଛିନ୍ନ କରି ଆରଜେଡି ସହ ମିଶି ସରକାର ଗଠନ କରିଛନ୍ତି ନୀତିଶ କୁମାର। ଏହା ପରଠୁ ବିଜେପି ଏବଂ ନୀତିଶ କୁମାରଙ୍କ ମଧ୍ୟରେ ତିକ୍ତତା ଥମିବାର ନାଁ ନେଉନାହିଁ। ଏହିକ୍ରମରେ ଆଜି ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରଣୀ ବୈଠକରେ ନୀତିଶ କୁମାର ଭାରତୀୟ ଜନତା ପାର୍ଟି ୨୦୨୪ ସାଧାରଣ ନିର୍ବାଚନରେ ୫୦ ସିଟ୍‌କୁ ଖସି ଆସିବ ବୋଲି କହିଛନ୍ତି।ଏହାକୁ ନେଇ ବିଜେପି ପାଲଟା ଆକ୍ରମଣ କରିଛି। ଲାଲୁ ପ୍ରସାଦ ଯାଦବଙ୍କ ପରି ନୀତିଶ କୁମାର ମଧ୍ୟ ଖୁବଶୀଘ୍ର ଜେଲ୍‌ରେ ଥିବେ ବୋଲି ବିଜେପି ଦାବି କରିଛି। ବିହାର ବିଧାନସଭାର ବିରୋଧୀ ଦଳ ନେତା ବିଜୟ କୁମାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଦୁର୍ନୀତିକୁ ନେଇ ନୀତିଶ କୁମାରଙ୍କ ଉପରେ କହିଛନ୍ତି ଯେ, ନୀତିଶ କୁମାର ଲାଲୁଙ୍କ ପରି ଖୁବଶୀଘ୍ର ଜେଲ୍‌ରେ ଥିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ଅଗଷ୍ଟ ୧୫ରେ ଦେଶକୁ ଦୁର୍ନୀତିମୁକ୍ତ କରିବେ ବୋଲି ଘୋଷଣା କରିଥିଲେ। ଦେଶବାସୀ ଭାରତକୁ ଦୁର୍ନୀତି ମୁକ୍ତ ଏବଂ ରାଜ୍ୟକୁ ଅପରାଧ ମୁକ୍ତ କରିବା ପାଇଁ ଆମେ ପ୍ରତିବଦ୍ଧ। ନୀତିଶ କୁମାର ନିଜର ପାପ ବିଷୟରେ ଜାଣିପାରିଲେଣି। ଏହାର ପରିଣାମ ସ୍ବରୂପ ସେ ଲାଲୁଙ୍କ ପରି ଜେଲ୍ ଯିବେ ବୋଲି ବିଜୟ କୁମାର କହିଛନ୍ତି।

ସେହିପରି ନୀତିଶ କୁମାରଙ୍କ ୫୦ ସିଟ୍‌ର ବୟାନକୁ ଖାରଜ କରି ସେ କହିଛନ୍ତି ନୀତିଶ କୁମାର ଛୋଟ ପିଲାଙ୍କ ପରି କଥା କହୁଛନ୍ତି। ଏହା ତାଙ୍କର ରାଜନୈତିକ ନିରାଶକୁ ଦର୍ଶାଉଛି। ଜେଡିୟୁ ବିଜେପି ସହଯୋଗରେ ୨୦୧୯ ସାଧାରଣ ନିର୍ବାଚନରେ ୧୬ଟି ସିଟ୍ ଜିତିଥିବା ବେଳେ ୨୦୧୪ରେ ମାତ୍ର ୨ଟି ସିଟ୍ ଜିତି ପାରିଥିଲା। ନୀତିଶ କୁମାର ନରେନ୍ଦ୍ର ମୋଦୀଙ୍କୁ ପ୍ରତି ଦେଇଥିବା ବୟାନ ସୂର୍ଯ୍ୟକୁ ଦ୍ଵୀପ ଦେଖାଇବା ସହ ସମାନ ବୋଲି ସେ କହିଛନ୍ତି।

Related Posts