ଏଣିକି ଓପିଏସସି ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କର ସାର୍ବଜନୀନ ହେବନି ମାର୍କ ଲିଷ୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣକିି ସାର୍ବଜନୀନ ହେବନି ମାର୍କ ଲିଷ୍ଟ । ଓଡ଼ିଶା ଲୋକସେବା ଆୟୋଗ ତା’ର ରିଜୋଲ୍ୟୁସନରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ଓପିଏସ ରିଜୋଲ୍ୟୁସନ ନମ୍ବର ୫୩୯୫(୩.୯.୨୦୧୬)ର ପାରା ନମ୍ବର ୨କୁ ପରିବର୍ତ୍ତନ କରାଯାଇଛି । ଏଣିକି ଓପିଏସସି ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀମାନେ କେବଳ ନିଜେ କେତେ ନମ୍ବର ରଖିଛନ୍ତି ଓ ତାଙ୍କ ମେରିଟ ଲିଷ୍ଟ ଦେଖିପାରିବେ । ଏପରିକି ଜଣେ ପ୍ରାର୍ଥୀ ଅନ୍ୟ ଜଣେ ପ୍ରାର୍ଥୀ କେତେ ନମ୍ବର ରଖିଛନ୍ତି ତାହା ମଧ୍ୟ ଜାଣିବାରେ ସୁଯୋଗ ପାଇବେ ନାହିଁ । ପ୍ରାର୍ଥୀଙ୍କୁ କେବଳ ବ୍ୟକ୍ତିଗତ ଭାବେ ତାଙ୍କର ମାର୍କ ଲିଷ୍ଟ ଯୋଗାଇ ଦିଆଯିବ । ଫଳରେ ଜଣେ ପ୍ରାର୍ଥୀ ଅନ୍ୟ ଜଣେ ପ୍ରାର୍ଥୀ କେତେ ନମ୍ବର ରଖିଛନ୍ତି ତାହା ଦେଖିବାର ସୁଯୋଗ ପାଇବେ ନାହିଁ ।

ସେପଟେ ପରିବର୍ତ୍ତିତ ନିୟମ ଅନୁଯାୟୀ, ଏଣିକି ୱେବସାଇଟରେ କେବଳ ଚୟନ ହୋଇଥିବା ପ୍ରାର୍ଥୀଙ୍କ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଏଥିରେ ନାମ, ବର୍ଗ, ଲିଙ୍ଗ ରହିବ ସିନା, ମାର୍କ ଲିଷ୍ଟ ରହିବ ନାହିଁ । ହେଲେ କଟ ଅଫ ନମ୍ବର ଓ ଫଳ ପ୍ରକାଶ ପରେ ଉତ୍ତରଗୁଡ଼ିକ ୱେବସାଇଟରେ ଅପଲୋଡ କରାଯିବ । ବ୍ୟକ୍ତିଗତ ଭାବରେ ନମ୍ବର ଜାଣିବାକୁ ପାଇଲେ ପ୍ରାର୍ଥୀ ଲିଙ୍କକୁ ଯାଇପାରିବେ । ଏହା ପରୀକ୍ଷାଫଳ ପ୍ରକାଶ ପାଇବାରେ ମାସକ ମଧ୍ୟରେ ୱେବସାଇଟରେ ଉପଲବ୍ଧ ହେବ । ଓପିଏସସିର ଏଭଳି ସଂସ୍କାରକୁ ନେଇ ପ୍ରାର୍ଥୀମାନେ ପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ ୱେବସାଇଟରେ ଜଣେ ପ୍ରାର୍ଥୀଙ୍କ ନମ୍ବର ଜାଣିବାର ସୁଯୋଗ ପାଉଥିଲେ । ଫଳରେ ଓପିଏସସିର ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତାକୁ ନେଇ ପ୍ରାର୍ଥୀଙ୍କର କୌଣସି ସନ୍ଦେହ ନଥିଲା । ହେଲେ ବର୍ତ୍ତମାନ ମାର୍କ ଲିଷ୍ଟ ସାର୍ବଜନୀନ ହେବ ନାହିଁ ।

Related Posts