ବ୍ରାଜିଲରେ ତାଣ୍ଡବ ରଚିଲା ପ୍ରକୃତି, 100ରୁ ଉର୍ଦ୍ଧ ମୃତ

ପ୍ରକୃତିର ତାଣ୍ଡବ ଆଗରେ ହାର ମାନିଛି ମଣିଷ । ପ୍ରକୃତି ରଚିଛି ମୃତ୍ୟୁ ର ତାଣ୍ଡବ । ବ୍ରାଜିଲର ରିୟୋ ଡି ଜେନେରିୟୋ ରାଜ୍ୟରେ ବନ୍ୟା ଏବଂ ଭୂସ୍ଖଳନ ବିପଯ୍ୟୟ ସୃଷ୍ଟି କରିଛି । ଏ ପର୍ଯ୍ୟନ୍ତ ଏହି ଘଟଣାରେ ୧୦୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ, ୩୫ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଜାରି ରହିଛି ।

ତେବେ ଅବଶେଷ ତଳୁ ୩୨ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଗଲାଣି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୫୪ ଘର ଧ୍ୱଂସ ହୋଇଯାଇଛି । ଏଥିଯୋଗୁଁ ୪୦୦ରୁ ଉର୍ଦ୍ଧ୍ୱ ପରିବାର ବାସହରା ହୋଇଛନ୍ତି । ଭୂସ୍ଖଳନ ହୋଇଥିବା ସ୍ଥାନରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

Related Posts