ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି; ୧୦୦ ଟଙ୍କା କମିଲା ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍



ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):  ଦେଶରେ ମହଙ୍ଗା ମାଡର ସାମ୍ନା କରୁଥିବା ଜନତାଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ସେପ୍ଟେମ୍ବର ୧ରୁ ଗ୍ୟାସ୍ ସିଲିଣ୍ଡରର ଦାମ୍ ହ୍ରାସ ପାଇଛି । ଏଲପିଜି ସିଲିଣ୍ଡରର ଦାମ୍ ୧୦୦ ଟଙ୍କା ଯାଏଁ କମିଛି । ତେବେ କେବେଳ ବାଣିଜ୍ୟିକ ସିଲିଣ୍ଡରର ଦାମ୍ ହ୍ରାସ ହୋଇଛି । କିନ୍ତୁ ୧୪.୨ କେଜିର ଘରୋଇ ସିଲିଣ୍ଡର ପୂର୍ବ ଦାମରେ ମିଳିବ ।ସେପ୍ଟେମ୍ବର ୧ରୁ ଦିଲ୍ଲୀରେ ଇଣ୍ଡେନ୍ ଗ୍ୟାସର ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍ ୯୧.୫୦ ଟଙ୍କା ଶସ୍ତା ହୋଇଛି । ସେହିପରି କୋଲକାତାରେ ୧୦୦ ଟଙ୍କା, ମୁମ୍ବାଇରେ ୯୨.୫୦, ଚେନ୍ନାଇରେ ୯୬ ଟଙ୍କା ଶସ୍ତା ହୋଇଛି । ଏହି ଲାଭ ଦେଶର ପ୍ରାୟ ସବୁଠି ଗ୍ରାହକଙ୍କୁ ମିଳିବ । ଦିଲ୍ଲୀରେ ଆଜିଠୁ ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍ ୧୯୭୬.୫୦ ଟଙ୍କା ବଦଳରେ ୧୮୮୫ ଟଙ୍କା, କୋଲକାତାରେ ୧୯୯୫.୫୦ ଟଙ୍କା, ମୁମ୍ବାଇରେ ୧୮୪୪ ଟଙ୍କା ହୋଇଯାଇଛି ।

ସୂଚନାଯୋଗ୍ୟ, ଘରୋଇ ସିଲିଣ୍ଡରର ଦାମ୍ ଜୁଲାଇ ୬ରୁ ବଦଳି ନାହିଁ । ଅର୍ଥାତ ଆଜି ମଧ୍ୟ ସିଲିଣ୍ଡର ସେହି ଦାମରେ ମିଳିବ । ଇଣ୍ଡେନ୍ ସିଲିଣ୍ଡର ଦିଲ୍ଲୀରେ ୧୦୫୩ ଟଙ୍କା, କୋଲକାତାରେ ୧୦୭୯ ଓ ମୁମ୍ବାଇରେ ୧୦୫୨ ଟଙ୍କାରେ ମିଳୁଛି ।

Related Posts