ପଖେଇଲା ନିର୍ବାଚନ, ଓଡ଼ିଶା ମୁହାଁ କେନ୍ଦ୍ର ବିଜେପି ନେତା; ୧୫ରେ ଗଡକରୀ, ୨୨ରେ ଆସିବେ ରାଜନାଥ

 ଭୁବନେଶ୍ୱର,୧୨/୨(ସତ୍ୟପାଠ ବ୍ୟୁରୋ):   ୨୦୨୪ ନିର୍ବାଚନ ପାଖେଇଆସୁଥିବା ବେଳେ ସରଗରମ ହେଉଛି ରାଜନୀତି । ଏଥିପାଇଁ ସବୁ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି । ନିର୍ବାଚନ ପୂର୍ବରୁ ଓଡିଶାରେ ଡେରା ପକାଉଛନ୍ତି କେନ୍ଦ୍ରୀୟ ନେତା । ଏହିକ୍ରମରେ ଓଡିଶା ଗସ୍ତରେ ଆସୁଛି ବିଜେପିର ବରିଷ୍ଠ ନେତା । ବିଭିନ୍ନ ସଂସଦୀୟ କ୍ଷେତ୍ରର ପରିଦର୍ଶନ ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ ।

ସୂଚନା ଅନୁଯାୟୀ, ଓଡିଶା ଆସୁଛନ୍ତି ଶିବରାଜ ସିଂହ ଚୌହ୍ୱାନ । ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସିବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶିବରାଜ ସିଂହ ଚୌହ୍ୱାନ । କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ଶିବରାଜ ସିଂହ ଚୌହ୍ୱାନ କରିବେ ସମୀକ୍ଷା ।

ସେହିପରି ୧୫ ତାରିଖ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ସେ ପୁରୀ ଯାଇ ପ୍ରଭୁ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବା ସହ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଏହାବାଦ ୨୨ ତାରିଖରେ ଓଡିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମାସ ଶେଷରେ ଜେ. ପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

Related Posts