ଭୁବନେଶ୍ୱର,୧୨/୨(ସତ୍ୟପାଠ ବ୍ୟୁରୋ):   ପୁଣିଥିରେ ବାଜି ମାରିଲେ ନୀତୀଶ କୁମାର। ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ହୋଇଥିବା ଆସ୍ଥା ଭୋଟ୍‌ରେ ନୀତୀଶ କୁମାର ବିଜୟୀ ହୋଇଛନ୍ତି। ଏନ୍‌ଡିଏ ସପକ୍ଷରେ ମୋଟ ୧୨୯ଟି ଭୋଟ୍ ପଡ଼ିଛି। ସେପଟେ ବିରୋଧୀ ଦଳର ନେତାମାନେ ବିଧାନସଭା ଛାଡ଼ି ଚାଲିଯାଇଥିଲେ। ଆସ୍ଥା ଭୋଟ୍ ହେବା ପୂର୍ବରୁ ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା।