ଗାଡି ଡିକି ଭାଙ୍ଗି ୩ ଲକ୍ଷରୁ ଅଧିକ ଲୁଟ୍

ଦିନ ଦ୍ବିପ୍ରହରରେ ଥାନା ସମ୍ମୁଖରେ ଲୁଟ୍ । ଗାଡ଼ି ଡିକି ଭାଙ୍ଗି ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଯାଜପୁରଟାଉନ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ନିକଟସ୍ଥ ବୃନ୍ଦାବନପୁର ଗ୍ରାମର ରବିନାରାୟଣ ରଥ ତାଙ୍କ ଝିଅ ବାହାଘର ପାଇଁ ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଗାଡ଼ିର ଡିକିରେ ରଖିଥିଲେ । ଯାଜପୁର ଟାଉନ ଥାନା ସମ୍ମୁଖରେ ଥିବା ଏକ ଦେ।କାନକୁ କୌଣସି କାର‌୍ୟ୍ୟରେ ଯାଇଥିଲେ । କାର‌୍ୟ୍ୟ ସାରି ଫେରି ଦେଖନ୍ତି ତ ତାଙ୍କ ଗାଡ଼ିର ଡିକି ଭାଙ୍ଗି କେହି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଛନ୍ତି ।

ଏହି ଘଟଣାକୁ ନେଇ ରବିନାରାୟଣ ନିକଟସ୍ଥ ଯାଜପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ କରୁଛି ।

Related Posts