ଏଟିଏମ୍‌ ଭାଙ୍ଗି ଟଙ୍କା ଚୋରି ଉଦ୍ୟମ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମରେ ଥିବା ଆନ୍ଧ୍ର ବ୍ୟାଙ୍କ ଏଟିଏମରୁ ଲୁଟ୍ ଉଦ୍ୟମ ହୋଇଛି । ଗତକାଲି ରାତ୍ରରେ କିଛି ଦୁର୍ବୃତ ଏଟିଏମ କିଓସ୍କର ସଟର ତାଡି ଲୁଟ୍ ଉଦ୍ୟମ କରିଥିଲେ ।

ଗତକାଲି ବିଳମ୍ବିତ ରାତ୍ରରେ ପାପଡାହାଣ୍ଡି ଗ୍ରାମରେ ଥିବା ଏକ ଆନ୍ଧ୍ର ବ୍ୟାଙ୍କ ଏଟିଏମକୁ ଲୁଟ୍ କରାଯାଇଥିବା ଜଣାପଡିଛି । ତେବେ ଲୁଟେରା ମାନେ  ଏଥିରେ ବିଫଳ ହୋଇଛନ୍ତି । ସେମାନେ ଏଟିଏମର ସଟର ଓ କିଓସ୍କ ଭାଙ୍ଗି ଲୁଟ୍ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସଫଳ ହୋଇନଥିଲା । ଆଜି କେତେକ ସ୍ଥାନୀୟ ଲୋକ ଟଙ୍କା ଉଠାଇବାକୁ ଯିବା ସମୟରେ ଏଟିଏମରେ ଭଙ୍ଗାରୁଜା ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ତଦନ୍ତ କରିବା ସହ ଲାଗିଥିବା ସିସିଟିଭିକୁ ଯାଂଚ କରୁଛି ।

Related Posts