ରାତାରାତି ଓଲଟପାଲଟ: ମୁଖ୍ୟମନ୍ତ୍ରୀ ହେଲେ ଫଡ୍‌ନାଭିସ୍

(ସତ୍ୟପାଠ ବ୍ୟୁରୋ) ମହାରାଷ୍ଟ୍ରରେ ଶିବସେନାକୁ ଶକ୍ତ ଝଟ୍‌କା । ରାତା ରାତି ସବୁ ଓଲଟପାଲଟ ହୋଇଗଲା । ମହାରାଷ୍ଟ୍ରର ମହାନାଟକରେ ପଡ଼ିଲା ପୂର୍ଣ୍ଣଛେଦ । ମୁଖ୍ୟମନ୍ତ୍ରୀ ଭାବେ ରାତି ଅଧିଆ ଶପଥ ନେଲେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ । ଫଡନାଭିସ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶନପଥ ନେଇଥିବା ବେଳେ ଏନ୍‌ସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସକାଳ 8ଟାରେ ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶୟାରୀ ଉଭୟଙ୍କୁ ଶପଥପାଠ କରାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଫଡନାଭିସ ବିଜେପି ଉପରେ ବର୍ଷିଛନ୍ତି । ରାଜ୍ୟରେ ଏକ ସ୍ଥିର ସରକାରର ଆବଶ୍ୟକ ରହିଛି । କୌଣସି ଖିଚିଡି ସରକାରର ଆବଶ୍ୟକତା ନାହିଁ । ଏକ ସ୍ଥିର ସରକାର ବିଜେପି-ଏନ୍‌ସିପି ସହ ମିଶିଛି । 288 ସଂଖ୍ୟା ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ଅକ୍ଟୋବର 21ରେ ନିର୍ବାଚନ ହୋଇଥିଲା । 24 ଅକ୍ଟୋବରାରେ ରେଜଲ୍ଟ ପ୍ରକାଶ ପାଇଥିଲା । ବିଜେପିକୁ 105, ଶିବସେନାକୁ 56, ଏନ୍‌ସିପିକୁ 54 ଏବଂ କଂଗ୍ରେସକୁ 44ଟି ଆସନ ମିଳିଥିଲା । କୌଣସି ଦଳ ଏବଂ ମେଣ୍ଟ ସରକାର ଗଠନ ପାଇଁ ଦାବି ନକରିବାରୁ ନଭେମ୍ବର 12 ତାରିଖରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଉଭୟ ଫଡନାଭିସ ଏବଂ ଅଜିତ ପାୱାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  ଟ୍ବିଟ୍‌ କରି ମୋଦି କହିଛନ୍ତି, ମୋତେ ବିଶ୍ବସ ଅଛି କି ମହାରାଷ୍ଟ୍ରର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଉଭୟ ନିଷ୍ଠାର ସହ କାମ କରିବେ ।

ଗତକାଲିଠାରୁ ଆଜି ସକାଳ ପର୍ଯ୍ୟନ୍ତ କଂଗ୍ରେସ ଓ ଏନ୍‌ସିପି ସହ ମିଶି ଶିବସେନା ରାଜ୍ୟରେ ଶାସନ କରିବ ବୋଲି ଚର୍ଚ୍ଚା ଚାଲିଥିଲା । ତିନି ଦଳ ଯାକ ଉଦ୍ଧବ ଠାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ସହମତି ପ୍ରକାଶ କରିଥିଲେ । କୁହାଯାଉଥିଲା କି ଆଜି ଔପଚାରିକ ଭାବେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ । କିନ୍ତୁ ରାତା ରାତି ସବୁ ଓଲଟପାଲଟ ହୋଇଗଲା । ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଏବଂ ଏନ୍‌ସିପ ମୁଖ୍ୟ ଶରଦ ପାୱାର, କଂଗ୍ରେସ ଏପରିକି ବିଜେପିର ବହୁ ବିଧାୟକ ମଧ୍ୟ ଜାଣିପାରିଲେ ନାହିଁ କ’ଣ ହୋଇଛି । ସକାଳ ହେବା ମାତ୍ରେ ଫଡ଼ନାଭିସ ଏବଂ ଅଜିତ ପାୱାର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ନେଇ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଯାହାକୁ ନେଇ ସବୁଠୁ ଅଧିକ କ୍ଷୁବ୍ଧ ଶିବସେନା ।

ଗଣମାଧ୍ୟମ ଆଗରେ ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ଅଜିତ ପାୱାର ଏବଂ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି।  ସଞ୍ଜୟ କହିଛନ୍ତି ଯେ, ଅଜିତ ପାୱାର ଶରଦ ପାୱାରଙ୍କୁ ଧୋକା ଦେଇଛନ୍ତି । ତାଙ୍କୁ ଏବେ ରାଜ୍ୟର ଜନତା ଜବାବ ଦେବେ। ସେ ଜୀବନ ସାରା ଅନୁତାପ କରିବେ । କାଲି ରାତି ୯ଟା ଯାଏଁ ଏହି ମହାଶୟ ଆମ ସହ ବୈଠକରେ ଥିଲେ । କିନ୍ତୁ ପରେ ସେ ସେଠାରୁ ଗାଏବ ହୋଇଯାଇଥିଲେ। ସେ ଆମ ସହ ଆଖି ମିଶାଇ କଥା ହେଉ ନଥିଲେ । ଯେଉଁ ବ୍ୟକ୍ତି ପାପ କରିବାକୁ ଯାଏ ସେ ସବୁବେଳେ ନଜର ଲୁଚାଏ । ସେବେଠାରୁ ଆମକୁ ସନ୍ଦେହ ହୋଇଥିଲା । ଆଜି ତାଙ୍କର ଫୋନ ବନ୍ଦ ଥିଲା । ସେହି ସମୟରେ ଆଜି ଶରଦ ପାୱାର ଏବଂ ଉଦ୍ଧବ ଠାକ୍‌ରେ ସାକ୍ଷାତ କରିବେ। ସେମାନେ ଏକ ସହ ଗଣମାଧ୍ୟମରେ ସମ୍ବୋଧନ କରିବେ। କିନ୍ତୁ ଅଜିତ ପାୱାର ଏବଂ ତାଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ଛତ୍ରପତି ଶିବାଜୀ ମହାରାଜଙ୍କୁ ଅପମାନ କରିଛନ୍ତି ।

ସେହିଭଳି ଏନ୍‌ସିପି ମୁଖ୍ୟ ଶରଦ ପାୱାର ବି ଅଜିତ ପାୱାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଏନସିପି ସହ ମିଶି ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବା ତାଙ୍କ ଦଳର ନିଷ୍ପତ୍ତି ନୁହେଁ ବୋଲି ଟ୍ବିଟ୍‌ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପାୱାର ।

Related Posts