ମଥୁରାରୁ ପୁଣି ନିର୍ବାଚନ ଲଢ଼ିବେ ଡ୍ରିମ୍‌ ଗାର୍ଲ, କହିଲେ ପାର୍ଟିରୁ ମିଳିଛି ଗ୍ରୀନ୍‌ ସିଗ୍‌ନାଲ୍‌

ବଲିଉଡ୍‌ରୁ ବଲିଟିକ୍ସକୁ ଆସିଥିବା ଡ୍ରିମ୍‌ଗାର୍ଲ ହେମାମାଳିନୀ ମଥୁରାରୁ ହିଁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ହେମା କହିଛନ୍ତି, ‘ବିଜେପିରୁ ତାଙ୍କୁ ସବୁଜ ସଂକେତ ମିଳିଛି ।

ସଂସସୀୟ କ୍ଷେତ୍ରରେ ବିକାଶମୂଳକ କାମ କରିଥିବାରୁ ଆଗାମୀ ନିର୍ବାଚନରେ ସେ ନିଶ୍ଚିତ ଜିତିବେ । ହେମାମାଳିନୀ ନିଜର ଅଂଚଳର ଲୋକଙ୍କୁ ମଥୁରା ଜଙ୍କସନ ରେଳେଓ୍ଵ ଷ୍ଟେସନର ଆଧୁନିକୀକରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ମଥୁରା ଜଙ୍କସନ୍‌ ଷ୍ଟେସନରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା ଅବସରରେ ହେମାମାଳିନୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ ‘ଷ୍ଟେସନର ଆଧୁନିକୀକରଣ ପାଇଁ ରେଳବାଇ ଅଧିକାରୀ ପ୍ରଶଂସନୀୟ କାମ କରିଛନ୍ତି । ମଥୁରାରୁ ପୁଣି ଥରେ ନିର୍ବାଚନରେ ଲଢ଼ିବା ନେଇ ହେମା କହିଛନ୍ତି, ପାର୍ଟି ଏ ବାବଦରେ ସବୁଜ ସଂକେତ ଦେଇଛି ଏବଂ ସେ ଏଥିପାଇଁ ପ୍ରାଥମିକ କାମ କରିବା ଆରମ୍ଭ କରି ଦେଇଛନ୍ତି ।

Related Posts