” ଆଇ ଏମ ରେଷ୍ଟିଂ ଇନ୍ ପିସ ଏଟ୍ ହୋମ୍” ମୃତ୍ୟୁ ଗୁଜବ ପରେ ଲକି ଅଲ୍ଲୀ ପୋଷ୍ଟ କଲେ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର:  ଗତ କାଲି ନାଫିସା ଅଲି ଟ୍ୱିଟରରେ ସିଙ୍ଗର୍ ଲକି ଅଲିଙ୍କ ମୃତ୍ୟୁ ଗୁଜବକୁ ଖଣ୍ଡନ କରିବା ପରେ ଅଲି ବୁଧବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ସେ ଏକ ଇନଷ୍ଟାଗ୍ରାମ ପୋଷ୍ଟ୍ ରେ କହିଛନ୍ତି, “ସମସ୍ତଙ୍କୁ ନମସ୍କାର, କେବଳ ଗୁଜବକୁ ସମ୍ବୋଧିତ କରୁଛି। ମୁଁ ଜୀବିତ ଏବଂ ଭଲ ଅଛି ଏବଂ ଘରେ ଶାନ୍ତିରେ ବିଶ୍ରାମ ନେଉଛି। ଆଶା କରୁଛି ଆପଣ ସମସ୍ତେ ଘରେ  ରହି ସୁରକ୍ଷିତ ରହିବେ।  ମଙ୍ଗଳବାର ଦିନ “ହେ ସାନମ”ର ସିଙ୍ଗର ଲକି ଅଲୀଙ୍କ ଦେହାନ୍ତ ନେଇ ଗୁଜବ ଆରମ୍ଭ ହୋଇଥିଲା।  କିଛି ସମୟ ପରେ, ନାଫିସା ଟ୍ୱିଟ କରି ଲେଖିଥିଲେ, “ଲକି  ସମ୍ପୁର୍ଣ୍ଣ ଭଲ ଅଛନ୍ତି। ଏବଂ ଆମେ ଆଜି ଅପରାହ୍ନରେ ଚାଟିଂ କରୁଥିଲୁ। ସେ ତାଙ୍କ ପରିବାର ସହିତ ତାଙ୍କ ଫାର୍ମ ହାଉସରେ  ଅଛନ୍ତି। ” , “ମୁଁ ଆଜି ଲକି ଅଲିଙ୍କ ସହ 2-3 ଥର ଚାଟ୍ କରିଥିଲି।  ସେ ଭଲ ଅଛନ୍ତି।  ତାଙ୍କର କୋଭିଡ ହୋଇ ନାହିଁ । ସେ ତାଙ୍କର ସଙ୍ଗୀତ ଏବଂ କନସର୍ଟ ଯୋଜନା କରିବାରେ ବ୍ୟସ୍ତ ଅଛନ୍ତି । ଆମେ ଭର୍ଚୁଆଲ୍ କନ୍ସର୍ଟ ଏବଂ ଏହିପରି ସମସ୍ତ ଘଟଣା ବିଷୟରେ କଥା ହୋଇଥିଲୁ। “ଡିସେମ୍ବର 2020 ରେ, ସ୍ଥାନୀୟ ଗୋଆ ରେଷ୍ଟୁରାଣ୍ଟରେ ଲକିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ନାଫିସା ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ଅରାମବୋଲରେ ଏହି ସୁଟିଂ କରାଯାଇଥିଲା ବୋଲି କହିଥିଲେ। 

Related Posts