ବାଲେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ଦାବି; କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ସଂସଦ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ସମସ୍ତ ରେଳ ଷ୍ଟେସନର ଉନ୍ନତିକରଣ କରିବା ଦାବି ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ନୀଳଗିରିର ନୂତନ ଗୋପୀନାଥପୁର ରେଳ ଷ୍ଟେସନର କାର୍ଯ୍ୟ ଶୀଘ୍ର ସମାପ୍ତ କରି କାର୍ଯ୍ୟକ୍ଷମ କରିବା ଓ ବାଲେଶ୍ଵର ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ କରିବା ବିଷୟରେ ଆଲୋଚନା କରି ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ଏହାଛଡା କେତେକ ଟ୍ରେନର ପୂର୍ବ ଷ୍ଟପେଜକୁ ବାତିଲ କରାଯାଇଥିବାରୁ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସେହି ଷ୍ଟେସନ ମାନଙ୍କରେ ଟ୍ରେନ ରହିବାର ବ୍ୟବସ୍ଥା କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ। ଏହାଛଡା କେତେକ ପାସେଞ୍ଜର ଟ୍ରେନରେ ଏକ୍ସପ୍ରେସ ଭଡ଼ା ନିଆଯାଉଥିବାରୁ ତାହାକୁ ତୁରନ୍ତ ପରିବର୍ତ୍ତନ କରି ପାସେଞ୍ଜର ଭଡ଼ା ନେବାର ବ୍ୟବସ୍ଥା କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ।ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏସବୁ ବିଚାର କରି ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିବାରୁ ସାଂସଦ ଶ୍ରୀ ଷଡ଼ଙ୍ଗୀ ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related Posts