ତିନିମୁଣ୍ଡିଆ ଛକ ନିକଟରେ ଅଟକିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ବର: ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ବା ଅଶୋକାଷ୍ଟମୀ । ଦିର୍ଘ ୨ ବର୍ଷ ପରେ ଭକ୍ତ-ଭଗବାନଙ୍କ ମିଳନ ହୋଇଛି । ସମସ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜ । ଦାଣ୍ଡରେ ଗଡ଼ିଛି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଆଉ ବିନା ବାଧକରେ ପଥରେ ରଥ ଦଉଡିକୁ ଟାଣି ନେଇଛନ୍ତି ଭକ୍ତ । ନିର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା ରଥଟଣା ।

ତେବେ ସନ୍ଧ୍ୟା ହୋଇଯିବାନେଇ ଅଧାରେ ଅଟକିଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ତିନିମୁଣ୍ଡିଆ ଛକ ନିକଟରେ ଅଟକିଛି ରଥ । ଆସନ୍ତାକାଲି(ରବିବାର) ପୁନଃ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହେବ ।

ରାମ ନବମୀରେ ପହଞ୍ଚିବ ରାମେଶ୍ୱର ମନ୍ଦିର । ଦୀର୍ଘ ଦୁଇ ବର୍ଷ ପରେ ଭୁବନେଶ୍ବର ସ୍ଥିତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଛି । ତେବେ ପୂର୍ବ ନୀତି ନିର୍ଘଣ୍ଟ ଅନୁସାରେ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ରଥଯାତ୍ରା । ଆଜି ସନ୍ଧ୍ୟା ହୋଇଯିବାରୁ ରଥଟଣା କାର୍ଯ୍ୟ ଅଧାରେ ଅଟକିଛି । ଆସନ୍ତାକାଲି ରାମ ନବମୀରେ ଲିଙ୍ଗରାଜଙ୍କ ରୁକୁଣା ରଥ ରାମେଶ୍ବର ମନ୍ଦିରରେ ପହଞ୍ଚିବ ।

ସେପଟେ ସୁରକ୍ଷା ବ୍ୟବସ୍ଥା କୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରଯାଇଥିଲା ।

Related Posts