ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା: ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା । ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହାପ୍ରଭୁ ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ଆଜି ଭଉଣୀଙ୍କୁ ଧରି ଶ୍ରୀମନ୍ଦିରକୁ ଫେରିବେ ।

ଭୋର୪ଟାରୁ ଠାକୁରଙ୍କ ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ପ୍ରଥମେ ସୁଦର୍ଶନ,ବଳଭଦ୍ର,ସୁଭଦ୍ରା ରଥାରୂଢ ହେବା ପରେ ଶେଷରେ ରଥାରୂଢ ହୋଇଛନ୍ତି ପ୍ରଭୁ ଜଗନ୍ନାଥ। ଘଣ୍ଟ ଓ କାହାଣୀ ନାଦରେ ବଡ଼ଦାଣ୍ଡ ପ୍ରକମ୍ପିତ ହେଉଛି ।

ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ପରେ ଜୁଲାଇ ୧୦ରେ ସୁନାବେଶ ଓ ହରିଶୟନ ନୀତି, ଜୁଲାଇ ୧୧ରେ ଅଧରପଣା ଓ ଗରୁଡ଼ଶୟନ ନୀତି, ଜୁଲାଇ ୧୨ରେ ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ।

Related Posts