ଏଣିକି ମାକ୍ସ ନ ପିନ୍ଧିଲେ ହେବ କାର୍ଯ୍ୟାନୁଷ୍ଠାନ: ଭୁବନେଶ୍ୱର ମେୟର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ମାକ୍ସ ନ ପିନ୍ଧିଲେ ହେବ କାର୍ଯ୍ୟାନୁଷ୍ଠାନ । ତେବେ ଭୁବନେଶ୍ୱରରେ ବଢୁଥିବା ସଂକ୍ରମଣ ଦେଖି ରାଜଧାନୀ ବାସୀଙ୍କୁ ତାଗିଦ କଲେ ମେୟର । ଏହା ସହ କୋଭିଡ କଟକଣାକୁ ସଠିକ୍‌ ଭାବେ ପାଳନ କରିବା ଲାଗି ସମସ୍ତ ରାଜଧାନୀ ବାସୀଙ୍କୁ ହାତଯୋଡ଼ି ନିବେଦନ କଲେ ମେୟର ସୁଲୋଚନା ଦାସ । ପୂର୍ବରୁ ଭୁବନେଶ୍ୱର ରେ ମାକ୍ସକୁ ବାଧ୍ୟତାମୂଳକ କରିଛି ବିଏମସି । ସେପଟେ ଗତ କିଛି ଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ତାମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ଟ ହେଉଛନ୍ତି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ଭୁବନେଶ୍ୱରରେ ଅଧିକ କରୋନା ଆକ୍ରାନ୍ତ ବାହାରୁଛନ୍ତି । ତେଣୁ ଲଗାତର ଭାବେ ସଂକ୍ରମିତ ଚିହ୍ନଟ ହେଉଥିବା ନେଇ ଆକ୍ସନକୁ ଆସିଛି ବିଏମ୍‌ସି । ରାଜଧାନୀରେ ମାସ୍କ ପିନ୍ଧିବାକୁ ପଡିବ, ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି । ପୂର୍ବ ଭଳି ମଧ୍ୟ ଫାଇନ୍‌ କଟାଯିବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।

Related Posts