ଶିଞ୍ଜୋ ଆବେଙ୍କ ହତ୍ୟାକାଣ୍ଡ ସହ ଅଗ୍ନୀପଥ ଯୋଜନାକୁ ଯୋଡ଼ିଲା ତୃଣମୂଳ କଂଗ୍ରେସ

ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ତୃଣମୂଳ କଂଗ୍ରେସ ର ମୁଖପତ୍ର‘ଜାଗୋ ବଙ୍ଗଳା’ରେ ପ୍ରକାଶିତ ଏକ ପୃଷ୍ଠାର କାହାଣୀରେ ଟିଏମସି କହିଛି ଯେ ପେନ୍‌ସନ୍‌ ପାଇ ନ ଥିବା ଜାପାନର ଜଣେ ପୂର୍ବତନ ପ୍ରତିରକ୍ଷା କର୍ମଚାରୀଙ୍କ ଦ୍ୱାରା ଆବେଙ୍କୁ ହତ୍ୟା କରାଯାଇଛି। ବର୍ତ୍ତମାନ ର କେନ୍ଦ୍ର ସରକାର ସେହିଭଳି ବିନା ପେନସନ ରେ ସେନା ରେ ମାତ୍ର ୪ବର୍ଷ ପାଇଁ ନିଯୁକ୍ତି ଦେବାକୁ ଯାଉଛନ୍ତି। ତେବେ ଜାପାନ ର ପରିସ୍ଥିତି ଭଳି ଭବିଷ୍ୟତ ରେ ଭାରତ ରେ ବି ସମାନ ପରିସ୍ଥିତି ଉପୁଜିବ ବୋଲି ଟିଏମସି କହିଛି।

ଶୁକ୍ରବାର ଦିନ ପଶ୍ଚିମ ଜାପାନରେ ପ୍ରଚାର କରୁଥିବାବେଳେ ଆବେଙ୍କ ବେକ ଓ ଛାତିରେ ଗୁଳି ବାଜିଥିଲା। ଏହାର ପାଞ୍ଚ ଘଣ୍ଟା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ତାଙ୍କୁ ଗୁଳି କରିଥିବା ୪୧ ବର୍ଷିୟ ଟେଟସୁୟା ୟାମାଗାମି ନାମକ ସୁଟରକୁ ତୁରନ୍ତ ଗିରଫ କରାଯାଇଥିଲା। ପୋଲିସ କହିଛି ଯେ ସେ ଜାପାନର ସାମୁଦ୍ରିକ ଆତ୍ମରକ୍ଷା ବାହିନୀରେ ତିନି ବର୍ଷ କାର୍ଯ୍ୟ କରିଥିଲେ, ଯାହାକୁ ଜାପାନ ନୌସେନା ମଧ୍ୟ କୁହାଯାଏ।

Related Posts