ବିଜେପିକୁ ଶାଣିତ ଢଙ୍ଗରେ ଆକ୍ରମଣ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ: ୨୦୧୯ରେ ଆମେ ଗଧମାନଙ୍କୁ ତଡ଼ି ଦେଇଛୁ

ମୁମ୍ବାଇ: ବିଜେପିକୁ କଡା ଭାଷାରେ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ୨୦୧୯ ନିର୍ବାଚନରେ ଆମ ସହ ମେଣ୍ଟ ଭାଙ୍ଗିବା ପରେ ଆମେ ଗଧମାନଙ୍କୁ ତଡ଼ି ଦେଇଛୁ ବୋଲି କହି ସିଧା ଟାର୍ଗେଟ କରିଛନ୍ତି | ମୁମ୍ବାଇରେ ଏକ ରାଲିରେ ଯୋଗ ଦେଇ ଏହା କହିଛନ୍ତି ଉଦ୍ଧବ ଠାକରେ।

ଉଦ୍ଧବ କହିଛନ୍ତି ଯେ, ଦେବେନ୍ଦ୍ର ଫଡ଼ନାଭିସ ଆମକୁ ଗଧଧାରି ହିନ୍ଦୁ ସମ୍ବୋଧିତ କରିଛନ୍ତି। କିନ୍ତୁ ଆମେ କହି ରଖିଛୁ ୨୦୧୯ରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଆମେ ଗଧମାନଙ୍କୁ ତଡ଼ି ଦେଇଛୁ। ବିଜେପି ସହ ମେଣ୍ଟ କରି ଆମର ୨୫ ବର୍ଷ ନଷ୍ଟ ହୋଇଛି।

ଆମର ହିନ୍ଦୁତ୍ୱ ହେଉଛି ଗଦାଧାରୀ। ଜମ୍ମୁ କାଶ୍ମୀରରେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ଆତଙ୍କବାଦୀ ଗୁଳିରେ ନିହତ ହେଲେ। ସେଠାରେ ବିଜେପି କଣ କରୁଛି। ଆପଣ ସେଠାରେ ହନୁମାନ ଚାଳିଶା ପଢ଼ିବେ କି କହି ଉଦ୍ଧବ ପ୍ରଶ୍ନ କରିଛନ୍ତି। ପ୍ରକୃତ ହିନ୍ଦୁତ୍ୱ ହେଉଛି ‘ଗଦାଧାରି’ ।

ଏହା ହେଉଛି ଶିବସେନାର ପରିଚୟ। ଆମ ସହ ବିଜେପି ‘ଘଣ୍ଟାଧାରି’ ଦଳ ଥିଲା ବୋଲି ସେ କହିଛନ୍ତି। ନକଲି ହିନ୍ଦୁତ୍ୱ ଦେଶକୁ ଭ୍ରମିତ କରୁଛନ୍ତି ବୋଲି ସେ କହିଛନ୍ତି |

Related Posts