ମହାରାଷ୍ଟ୍ର ରାଜ୍ୟପାଳ ସିଂହ କୋଶିଆରୀ କରୋନା ଆକ୍ରାନ୍ତ

ମୁମ୍ବାଇ : କରୋନା ପଞ୍ଜାରେ ମହାରାଷ୍ଟ୍ର ରାଜ୍ୟପାଳ । ଏବେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଘନୀଭୂତ ହେଉଥିବା ବେଳେ, ରାଜ୍ୟପାଳ ସିଂହ କୋଶିଆରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ବର୍ତ୍ତମାନ ତାଙ୍କୁ ଏଚ୍‌ଏନ୍‌ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଗତ କିଛି ଦିନରୁ ସେ ଅସୁସ୍ଥ ଥିବା ବେଳେ କରୋନା ଯାଞ୍ଚ କରାଇଥିଲେ। ତେବେ ମଙ୍ଗଳବାର ରାତିରେ ତାଙ୍କର ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି।

ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ, ସ୍ଵତନ୍ତ୍ର ଡ଼ାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।

Related Posts